ପତ୍ନୀଙ୍କ ଦ୍ବିତୀୟ ପ୍ରେଗନାନ୍ସି ଯୋଗୁଁ ଶୋ ବନ୍ଦ କରିବେ କପିଲ, ଭାଇରଲ ହେଉଛି ଟ୍ବିଟ୍

କମେଡି କିଙ୍ଗ କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ ଝଟକା । କପିଲ୍ ଶର୍ମା ଶୋ ବନ୍ଦ ହେବା ଖବର ସାମ୍ନାକୁ ଆସିଥିଲା । ଏବେ କପିଲ ଶର୍ମା ନିଜେ ଏନେଇ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । କପିଲ୍ କହିଛନ୍ତି କି, ସେ ନିଜ ପତ୍ନୀଙ୍କ ଦ୍ୱିତୀୟ ପ୍ରେଗନାନ୍ସି ଯୋଗୁଁ ଏମିତି ନିଷ୍ପତ୍ତି ନେଇଛନ୍ତି ।

ଗୁରୁବାର କପିଲ୍ ଶର୍ମା ଟ୍ୱିଟରରେ ନିଜ ଫ୍ୟାନ୍ସଙ୍କୁ #AskKapil ସେସନ ଜରିଆରେ ନିଜ ମନ କଥା କହିଛନ୍ତି । ଜଣେ ୟୁଜର ଏହାର କାରଣ ପଚାରିଥିଲେ । ଉତ୍ତର ଦେଇ କପିଲ୍ ଲେଖିଲେ ‘ମୋତେ ମୋ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାର ଅଛି ଏବଂ ପତ୍ନୀଙ୍କ ସହ ସମୟ ବିତାଇବାର ଅଛି ।’ ଏବେ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଲଗାତର କପିଲ ଶର୍ମାଙ୍କୁ ଅଭିବାଦନ ମିଳୁଛି ।

ସୂଚନାଯୋଗ୍ଯ, କପିଲ୍ ଶର୍ମା ୨୦୧୮ ଡିସେମ୍ବରରେ ନିଜ ଲଙ୍ଗଟର୍ମ ଗର୍ଲଫ୍ରେଣ୍ଡ ଗିନି ଚତରଥଙ୍କୁ ବିବାହ କରିଥିଲେ । ଏହା ପରେ କପିଲ ଓ ଗିନ୍ନିଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ଅଛି ଯାହାର ନାଁ ଅନାୟରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.