ଯେବେ ଦିଲ୍ଳୀପ କୁମାର କହିବାରୁ ଗୋବିନ୍ଦା ଫେରାଇ ଦେଇଥିଲେ ୨୫ ଫିଲ୍ମର ସାଇନିଂ ଟଙ୍କା, କାଟିବାକୁ ପଡ଼ିଥିଲା ହସପିଟାଲର ଚକ୍କର

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଜଣେ ଦମଦାର ହିରୋ ଭାବେ କ୍ଷାତି ରହିଛି । ଆଜି ବି ତାଙ୍କର ପ୍ରଶଂସକଙ୍କ ଲମ୍ବା ଲାଇନ ରହିଛି । ସେତେବେଳେ ଗୋବିନ୍ଦାଙ୍କ ହାତରେ ଏତେ ଫିଲ୍ମ ଥିଲା ଯେ ବଲିଉଡରେ ତାଙ୍କୁ ଇର୍ଷା କରୁଥିଲେ । ସେତେବେଳେ ଗୋବିନ୍ଦାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ସେତେବେଳେ ସେ ୭୫ ଫିଲ୍ମରେ ସାଇନ କରିସାରିଥିଲେ । ସେତେବେଳେ ଦିଲ୍ଲୀପ କୁମାର ତାଙ୍କୁ ୨୫ ଫିଲ୍ମର ସାଇନିଂ ଟଙ୍କା ଫେରାଇ ଦେବାକୁ କହିଥିଲେ ।

ହେଲେ ଗୋବିନ୍ଦା ସେ ସବୁ ଟଙ୍କା ଖର୍ଚ୍ଚ କରି ଦେଇଥିବା କହିଥିଲେ । ହେଲେ ଦିଲ୍ଲୀପଜୀ କହିଥିଲେ ‘ଭଗବାନ ଚାହିଁଲେ ସେ ସେହି ଟଙ୍କା ମଧ୍ୟ ରୋଜଗାର କରିଦେବେ ।’ ମୁଁ ତାଙ୍କ କଥା ମାନି ୨୫ ଫିଲ୍ମ ଡ୍ରପ୍‌ କରିଦେଇଥିଲି । ପରେ ମୁଁ ବହୁତ ରୋଗରେ ପଡ଼ିଯାଇଥିଲି । ମେଡିକାଲ ଦୌଡି ଦୌଡି ମୁଁ ଫିଲ୍ମ ସୁଟିଂ କରୁଥିଲି । ଦିନରେ ୩/୪ ସିପ୍ଟ ସୁଟିଂ କରୁଥିଲି । ପ୍ରାୟ ୧୬ ଦିନ ଯାଏ ମୁଁ ଶୋଇ ପାରି ନଥିଲି । ପରେ ମୁଁ ବୁଝିଥିଲି ଯେ ଦିଲ୍ଲୀପଜୀ ଠିକ୍‌ କହିଥିଲେ ।

କ୍ୟାରିଅରର ୧୪ ବର୍ଷ ମୋର ଖୁବ ଭଲ ଚାଲିଥିଲା । ତେବେ ହଠାତ୍‌ ମୋର ବିରୋଧୀ ହୋଇଗଲେ । ବହୁ ଦିନ ଧରି ମୁଁ କିଛି କାମ ପାଇ ନଥିଲି । ଏ ସମୟରେ ଇଣ୍ଡଷ୍ଟ୍ରିର ବହୁ ଲୋକ ଜ୍ୟୋତିଷ, ଅଂକ ଜ୍ୟୋତିଷ,ବାସ୍ତୁ ଆଦିର ସହାୟତା ନେଇଥାନ୍ତି । ହେଲେ ମୁଁ ଜାଣିଛି ଏହା ଭଗବାନଙ୍କର ତରିକା । ଆପଣଙ୍କୁ ଆପଣଙ୍କ ସ୍ଥିତିକୁ ମନେ ପକାଇ ଦିଅନ୍ତି । ତେଣୁ ମୁଁ ଏହା ଉପରେ ରିଆକ୍ଟ କରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.