ଆଜି ରିଲିଜ୍ ହେଉଛି ସଲମାନଙ୍କ ଫିଲ୍ମ ‘ରାଧେ’, ଜାଣନ୍ତୁ କେଉଁଠି ଓ କେମିତି ଦେଖିପାରିବେ ପୂରା ମୁଭି

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ ଫ୍ୟାନଙ୍କ ଲାଗି କୌଣସି ଇଦ୍ ଠାରୁ କମ୍ ନୁହେଁ। ଫ୍ୟାନମାନେ ବଡ଼ ପରଦାରେ ଭାଇଜାନଙ୍କ ଆକ୍ସନ-ଥ୍ରୀଲର ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମାତ୍ର କରୋନା ଯୋଗୁ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ। ଭାରତ ସମେତ ଅନ୍ୟ ଦେଶରେ ରାଧେ ରିଲିଜ ହେବ। ତେବେ ଆସନ୍ତୁ ଜାଣିବା କେମିତି ଓ କେଉଁଠି ଆପଣ ଫିଲ୍ମର ମଜା ଉଠାଇ ପାରିବେ…

ଭାରତରେ ଜି୫ର Zeeplex ରେ ଏହାକୁ ରିଲିଜ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଡିସ, D2H, ଟାଟା ସ୍କାଏ ଓ ଏୟାରଟେଲ ଡିଜିଟାଲ ଟିଭିରେ ମଧ୍ୟ ଉପଲବ୍ଧ ଅଛି।

ମେ ୧୩ରେ ରିଲିଜ ହେବା ପରେ ଦର୍ଶକରେ ଏହାକୁ Zee5ର ପେଡ୍ ସବସ୍କ୍ରିପସନ ସହ ଡାଉନଲୋଡ କରିପାରିବେ।

ସୂଚନାଯୋଗ୍ୟ ଯେ, ସଲମାନଙ୍କ ଫିଲ୍ମ ‘ରାଧେ’ର ଟଙ୍କାରୁ ଦେଶ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଭେଣ୍ଟିଲେଟର ପ୍ରମୁଖ ଜରୁରୀ ଚିକିତ୍ସା ଉପକରଣ କିଣାଯିବ। ଏଥିପାଇଁ ଜି ଓ ସଲମାନ ଖାନ ଭାରତର ସବୁଠୁ ବଡ଼ ଓ ବିଶ୍ୱସନୀୟ ଡୋନେସନ ମଞ୍ଚ ଗିଭ ଇଣ୍ଡିଆ ସହ ଚୁକ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.