ଦୁଇବର୍ଷ ପରେ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି ରଣବୀର ଏବଂ ଜନଙ୍କ ହିରୋଇନ୍‌ ନର୍ଗିସ, ସାଉଥ ଫିଲ୍ମରେ ଆସିବେ ନଜର

ରଣବୀର କପୁର ଏବଂ ଜନ ଆବ୍ରାହମଙ୍କ ଭଳି ଫିଲ୍ମ ଷ୍ଟାରଙ୍କ ସହିତ କାମ କରିମଧ୍ୟ ବଲିଉଡରୁ ଗତ କିଛିଦିନ ହେଲାଣି ଦୂରେଇ ଯାଇଛନ୍ତି ଅଭିନେତ୍ରୀ ନର୍ଗିସ ଫକରୀ।ପୂର୍ବରୁ ନର୍ଗିସଙ୍କ ଅନେକ ଫିଲ୍ମରେ ନଜର ଆସିଛନ୍ତି। ଆଉ ଏହିସବୁ ଫିଲ୍ମକୁ ତାଙ୍କ ଫ୍ୟାନ୍ସ ମଧ୍ୟ ପସନ୍ଦ କରିଛନ୍ତି। କିନ୍ତୁ ହଠାତ୍ ସେ ବଲିଉଡରୁ ଦୂରେଇ ଯାଇଥିଲେ। ଏବେ ଅଭିନେତ୍ରୀ କାହିଁକି ଏହି ନିଷ୍ପତ୍ତି ନେଇଥିଲେ ଏବଂ ବଲିଉଡରୁ କାହିଁକି ଦୂରେଇ ଯାଇଥିଲେ ତାହାର ଖୁଲାସା କରିଛନ୍ତି।

ଏକ ରିପୋର୍ଟରେ ନର୍ଗିସ୍ କହିଛନ୍ତି, ସେହି ସମୟରେ ମୁଁ ଅନୁଭବ କଲି ଯେ, ମୁଁ ଅତ୍ୟଧିକ କାମ କରୁଛି ଏବଂ ଏହାର ଷ୍ଟ୍ରେସ୍ ବି ନେଉଛି । ମୁଁ ମୋର ପରିବାର ଏବଂ ସାଙ୍ଗମାନଙ୍କୁ ମିସ୍ କରିବା ଆରମ୍ଭ କଲି। ୨୦୧୭ ମସିହାରେ ମୋତେ ଲାଗିଲା ଯେ ମୋତେ ଖୁସି କରୁଥିବା କାମ ମୁଁ କରୁନାହିଁ। ମୁଁ କ୍ରମାଗତ ଭାବରେ ଅନେକ ଫିଲ୍ମ କରୁଥିଲି। ତା’ପରେ ମୁଁ ଅନୁଭବ କଲି ମୋର ବ୍ରେକ୍ ନେବା ଆବଶ୍ୟକ। ତେଣୁ ମୁଁ ଏହି ନିଷ୍ପତ୍ତି ନେଇଥିଲି।

ମାନସିକ ଏବଂ ଶାରୀରିକ ସନ୍ତୁଳନ ରଖିବା ବେଶ୍‌ ଜରୁରୀ। ତେଣୁ କିଛି ସମୟ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲି। କିନ୍ତୁ ଏବେ ଦୁଇ ବର୍ଷ ପରେ ଅଭିନେତ୍ରୀ ଏବେ ବଡ ପରଦାକୁ ଫେରୁଛନ୍ତି। କିନ୍ତୁ ଏଥର ଏକ ସାଉଥ୍ ଫିଲ୍ମ ସହିତ। ନର୍ଗିସ୍ ଖୁବ ଶୀଘ୍ର ତେଲୁଗୁ ଫିଲ୍ମ ‘ହରି ହରା ଭିରା ମଲ୍ଲୁ’ରେ ପୱନ କଲ୍ୟାଣଙ୍କ ସହ ନଜର ଆସିବେ। ନର୍ଗିସ ଶେଷ ଥର ପାଇଁ ଓଟିଟି ଫିଲ୍ମ ‘ଟୋରବାଜ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ ରାହୁଲ ଦେବ ମଧ୍ୟ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.