ଓ୍ଵାର୍ଲଡ୍‌ ରାଇଜିଂ ଷ୍ଟାର-୨୦୨୦ ଟାଇଟଲ୍ ଜିତିଲେ ଓଡିଆ ଝିଅ ଦିବ୍ୟାଶ୍ରୀ

ବେଙ୍ଗାଲୁରୁ: ଓଡିଆ ଝିଅ ଦିବ୍ୟାଶ୍ରୀ ଦେଶ ତଥା ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜର୍ଜିଆ ଦେଶରେ ଆୟୋଜିତ ଓ୍ଵାର୍ଲଡ୍‌ ରାଇଜିଂ ଷ୍ଟାର-୨୦୨୦ରେ ୪ରୁ ୭ବର୍ଷ କୁନି କୁନି ଝିଅ ମାନଙ୍କର ସୁନ୍ଦାରୀ ପ୍ରତିଯୋଗିତାରେ ହାସଲ କରିଛନ୍ତି ଟାଇଟଲ୍ । ଓଡିଶାର ପୁରୀ ଜିଲ୍ଲାରେ ଘର । ବାପା ଦେବାଶଷି ବେହେରା ଓ ମା ଦେବୀ ଦୁହେଁ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି ।

ତେବେ ଝିଅ ଦିବ୍ୟାଶ୍ରୀ ବେଙ୍ଗାଲୁରୁର କ୍ଳେଏ ସ୍କୁଲରେ ଏଲକେଜିରେ ପାଠ ପଢୁଛନ୍ତି । ତେବେ ସେ ଦୁଇ ବର୍ଷ ପୂର୍ବରୁ ମଡେଲିଙ୍ଗରେ ନିଜର ପାରଦର୍ଶିତା ହାସଲ କରି ପାଖାପାଖି ୧୫ରୁ ଅଧିକ ସ୍ଥାନରୁ ଟାଇଟଲ ଜିତି ସାରିଛନ୍ତି । କୁନି ଝିଅ ଭାବେ ସୁନ୍ଦାରୀ ଏବଂ ନ୍ଯାସନାଲ କଷ୍ଟମ୍ ହାସଲ କରିବାରେ ସେ ଦେଶର ପ୍ରଥମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.