Below header

 ଗଣତନ୍ତ୍ର ଦିବସର ମହତ୍ତ୍ୱକୁ ବଢ଼ାଇଥାଏ ଏହି ସବୁ ଘଟଣା, ଏହି ଦିନ ‘ଅଶୋକ ସ୍ତମ୍ଭ’କୁ ମିଳିଥିଲା ରାଷ୍ଟ୍ରୀୟ ପ୍ରତୀକର ମାନ୍ୟତା

ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଥାଏ । କିନ୍ତୁ ଭାରତ ଇତିହାସରେ ଏହି ଦିନ ଅନ୍ୟ କେତେକ କାରଣ ଯୋଗୁଁ ବି ବିଶେଷ ମହତ୍ୱ ରଖେ ।

୧୯୩୦ – ବ୍ରିଟିଶ ଶାସନ ସମୟରେ ଏହି ଦିନରେ ହିଁ ଭାରତରେ ପ୍ରଥମ ଥର ପାଇଁ ସ୍ୱରାଜ ଦିବସ ଭାବେ ପାଳନ କରାଯାଇଥିଲା ।

୧୯୩୧ – ‘ଆଇନ ଅମାନ୍ୟ ଆନ୍ଦୋଳନ’ ସମୟରେ ବ୍ରିଟିଶ ସରକାରଙ୍କ ସହ ଆଲୋଚନା ନେଇ ମହାତ୍ମା ଗାନ୍ଧୀଙ୍କୁ ଜେଲରୁ ମୁକ୍ତି ଦିଆଯାଇଥିଲା ।

republic day

୧୯୪୯ – ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦଙ୍କୁ ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।

୧୯୫୦ – ଏହି ଦିନ ହିଁ ଭାରତ ଏକ ଲୋକତାନ୍ତ୍ରିକ ଗଣରାଜ୍ୟ ଭାବେ ଘୋଷିତ ହୋଇଥିଲା ।

୧୯୫୦ – ଏହି ଦିନ ହିଁ ସ୍ୱତନ୍ତ୍ର ଭାରତର ପ୍ରଥମ ଓ ଶେଷ ଗଭର୍ନର ଜେନେରାଲ ସି. ରାଜଗୋପାଲଚାରି ନିଜ ପଦରୁ ଇସ୍ତଫା ଦେଇଥିଲେ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଥମ ରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା ।

republic new

୧୯୫୦- ଏହି ଦିନ ହିଁ ‘ଅଶୋକ ସ୍ତମ୍ଭ’କୁ ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ ଭାବେ ବଛା ଯାଇଥିଲା ।

୧୯୬୩-ସମସ୍ତେ ଜାଣନ୍ତି ଭାରତର ଜାତୀୟ ପକ୍ଷୀ ହେଉଛି ମୟୁର । କିନ୍ତୁ କେଉଁ ଦିନ ଏହାକୁ ଏହି ମାନ୍ୟତା ମିଳିଥିଲା ତାହା ହୁଏତ ଅନେକେ ଜାଣି ନଥିବେ । ତାର ଅଦ୍ଭୁତ ସୌନ୍ଦର୍ଯ୍ୟ ପାଇଁ ତାକୁ ଏହି ଦିନ ହିଁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ମିଳିଥିଲା ।

republic day

୧୯୭୨- ଏହି ଦିନ ହିଁ ଦିଲ୍ଲି ସ୍ଥିତ ଇଣ୍ଡିଆ ଗେଟ ଠାରେ ରାଷ୍ଟ୍ରୀୟ ସ୍ମାରକ ଅମର ଯବାନ ଜ୍ୟୋତିକୁ ସ୍ଥାପନ କରାଯାଇଥିଲା ।

୧୯୮୧ – ଉତ୍ତର ପୂର୍ବ ଭାରତରେ ବିମାନ ଚଳାଚଳ ସୁବିଧାକୁ ସୁଗମ କରିବା ପାଇଁ ସେଠାରେ ‘ବାୟୁଦୂତ’ ସେବାର ଆରମ୍ଭ କରାଯାଇଥିଲା ।

୨୦୦୧ – ଏହି ଦିନ ଗୁଜୁରାଟରେ ଏକ ଦୁଖଦ ଘଟଣା ଘଟିଥିଲା । ସକାଳ ସମୟରେ ୭.୭ ତୀବ୍ରତା ବିଶିଷ୍ଟ ଭୂମିକଂପରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ହୋଇଥିଲା ।

୨୦୦୮ – ୫୯ ତମ ଗଣତନ୍ତ୍ର ଦିବସରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ସଲାମି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.