ସ୍ତ୍ରୀକୁ ହତ୍ୟା କରି ନଦୀରେ ଭସାଇବାକୁ ଯାଉଥିଲେ ସ୍ୱାମୀ, କିନ୍ତୁ ହେଲା କିଛି ଅଲଗା ନିଜେ ବୁଡି ମଲେ ପାଣିରେ

ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ସବୁବେଳେ ସ୍ତ୍ରୀ ପତ୍ନୀ ଧର୍ମ ପାଳନ କରି ବ୍ରତ ରଖନ୍ତି। କିନ୍ତୁ ସେହି ସ୍ତ୍ରୀ ଯଦି ନ ରୁହେ ତେବେ ବିଚାରୀ ସ୍ୱାମୀଙ୍କ ଲମ୍ବା ଆୟୁଷ ବିଷୟରେ କିଏ ଚିନ୍ତା କରିବ? ଆପଣ ଏମିତି ବହୁତ ମାମାଲା ଦେଖିଥିବେ ଯେ ପ୍ରାଣପ୍ରିୟା ପତ୍ନୀଙ୍କ ମୃତ୍ୟୁର ତୁରନ୍ତ ପରେ ଅଭାଗା ସ୍ୱାମୀ ଦୁଃଖରେ ଭାଙ୍ଗିପଡେ ଏବଂ ଏହି ଦୁଃଖରେ କେବେକେବେ ସ୍ୱାମୀଙ୍କର ବି ମୃତ୍ୟୁ ହୋଇଯାଏ। କିନ୍ତୁ ଉତ୍ତର ପ୍ରଦେଶରେ ଜଣେ ନେତା ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଶବକୁ ନଦୀରେ ଭସାଇଦେବାକୁ ଯାଇଥିଲେ କିନ୍ତୁ ଅଜାଣତରେ ନଦୀର ସ୍ରୋତରେ ସେ ନିଜେ ବୁଡି ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶବକୁ ନଦୀକୁ ଫୋପାଡିବାକୁ ନେଲାବେଳେ ନିଜେ ବୁଡିଯାଇଥିଲେ। ନଅ ଦିନ ପରେ ବ୍ୟକ୍ତିଙ୍କ ଶବ ଭାଷୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କଲେ।
ପୋଲିସ ସୂଚନା ଅନୁଯାୟୀ ସମାଗବାଦୀ ପାର୍ଟି ନେତା ଭରତ ଦିବାକର ୧୪ ଜାନୁୟାରୀ ଦିନ ରାତିରେ ନିଜ ସ୍ତ୍ରୀ ନମିତା ମୀନୁଙ୍କ ହତ୍ୟା କରି ତାଙ୍କ ଶବକୁ ନଦୀରେ ଫୋପାଡିବାକୁ ଡଙ୍ଗାରେ ଯାଉଥିଲେ। ଏହି ସମୟରେ ହଠାତ୍ ଡଙ୍ଗାଟି ଓଲଟି ପଡିଥିଲା ଏବଂ ସେ ପାଣୀରେ ବୁଡିଗଲେ।
ଏହାପରେ ପୋଲିସ ମହିଳାଙ୍କ ଶବକୁ ଉଦ୍ଧାର କରିଥିଲେ କିନ୍ତୁ ବ୍ୟକ୍ତିଙ୍କ ଶବ ମିଳୁନଥିଲା। ଏହି ଘଟଣାରେ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ନାବିକ ଚାରି ଦିନ ପୂର୍ବରୁ ଗିରଫ ହୋଇସାରଛି।
ଏବେ ଆପଣ ନିଶ୍ଚୟ ଜାଣିସାରିଥିବେ ଯେ ଯିଏ ଯେପରି କର୍ମ କରେ ସେମିତି ଫଳ ପାଏ। କଥାରେ ଅଛି ‘ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଜନ୍ତି ଗୋବିନ୍ଦ’।