Below header

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ, ସରସ୍ୱତୀ ପୂଜାରେ ପୂଜାର୍ଚ୍ଚନା ସହ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ୨ଟି ଟ୍ରକରେ ନୟାଗଡ଼ ବନଖଣ୍ଡରୁ ୫୩ ଖଣ୍ଡ କାଠ ପହଞ୍ଚିଛି । ଏଥିରେ ୩୨ଖଣ୍ଡ ଧଉରା ଓ ୨୧ଖଣ୍ଡ ଅସନ କାଠ ରହିଛି । ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଦିନ ତିନିଟି ଧଉରା ରଥ କାଠ ରଥ ଖଳାରେ ରଖାଯାଇ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ଚଳିତ ବର୍ଷ ମୋଟ୍‌ ୬୭୨ ଖଣ୍ଡ ରଥକାଠ ଆସିବାର ରହିଛି । ପୂର୍ବ ବର୍ଷରୁ ୧୯୩ ଖଣ୍ଡ ରଥକାଠ ବଳକା ରହିଥିବା ରଥକାଠ ସୁପରଭାଇଜର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.