କୁଶଲ ଟଣ୍ଡନ ଓ ଶିବାଙ୍ଗୀ ଯୋଶୀ ପରସ୍ପରକୁ ଡେଟ କରୁଛନ୍ତି କି ? ପୋଷ୍ଟକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଅଭିନେତା କୁଶଲ ଟଣ୍ଡନଙ୍କ ନାମ ‘ୟେ ରିସ୍ତା କ୍ୟା କେହଲାତା ହେ’ ଫ୍ରେମ୍‌ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ସହ ଜଡିତ ହୋଇଥିଲା । ବାସ୍ତବରେ ଉଭୟଙ୍କ ମଧ୍ୟରେ ଚାଲିଥିବା ରୋମାନ୍ସର ସ୍ପାର୍କ ସେଠାରୁ ଆରମ୍ଭ ହୋଇଥିଲା ଯେତେବେଳେ ଶିବଙ୍ଗୀ ଯୋଶୀ ତାଙ୍କ ଜନ୍ମଦିନରେ କୁଶଲ ଟଣ୍ଡନଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର କରିଥିଲେ । ତେବେ ସେହି ପୋଷ୍ଟରେ ଶିବାଙ୍ଗୀ ସିରିଏଲ ‘ବରସାତେ’ରେ ବିତାଇଥିବା କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଉଭୟଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ମନ ଜିତିଥିଲା ।

ଏହି କିଛି ଦିନ ପୂର୍ବରୁ ଟିଭି ଅଭିନେତା କୁଶଲ ଟଣ୍ଡନଙ୍କ ନାମ ‘ୟେ ରିସ୍ତା କ୍ୟା କେହଲାତା ହେ’ ଫ୍ରେମ୍‌ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ସହ ଜଡିତ ହୋଇଥିଲା । ବାସ୍ତବରେ ଉଭୟଙ୍କ ମଧ୍ୟରେ ଚାଲିଥିବା ରୋମାନ୍ସର ସ୍ପାର୍କ ସେଠାରୁ ଆରମ୍ଭ ହୋଇଥିଲା ଯେତେବେଳେ ଶିବଙ୍ଗୀ ଯୋଶୀ ତାଙ୍କ ଜନ୍ମଦିନରେ କୁଶଲ ଟଣ୍ଡନଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର କରିଥିଲେ । ତେବେ ସେହି ପୋଷ୍ଟରେ ଶିବାଙ୍ଗୀ ସିରିଏଲ ‘ବରସାତେ’ରେ ବିତାଇଥିବା କିଛି ମୁହୂର୍ତ୍ତର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଉଭୟଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ମନ ଜିତିଥିଲା । ଏହି ପୋଷ୍ଟ ପରେ ଶିବଙ୍ଗୀ ଯୋଶୀ ଏବଂ କୁଶଲ ଟଣ୍ଡନଙ୍କ ରିଲେସନ୍‌ସିପ୍‌ର ଗୁଜବ ଆହୁରି ଜୋରସୋର ଚର୍ଚ୍ଚାରେ ରହିଥିଲା । ଏବେ ଅଭିନେତା କୁଶଲ ଟଣ୍ଡନ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହା ପରେ ଶିବଙ୍ଗୀ ଯୋଶୀଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ ନିକଟରେ କୁଶଲ ଟଣ୍ଡନ୍ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ର କୂଳରେ ବସି କାହା ସହିତ ସନ୍‌ସେଟ୍‌କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ତେବେ ଟେବୁଲ ଉପରେ ରଖାଯାଇଥିବା ଦୁଇଟି ଗ୍ଲାସ୍ ହେଉଛି ପ୍ରମାଣ ଯେ କୁଶଲ ସେଠାରେ ଏକା ନୁହଁନ୍ତି । କୁଶଲଙ୍କ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ସେହି ଫଟୋକୁ ନେଇ ଚର୍ଚ୍ଚା କରିବାକୁ ଲାଗିଛନ୍ତି । ଏହି ଫଟୋଗୁଡ଼ିକ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ଫଟୋ ଉପରେ କମେଣ୍ଟ କରୁଛନ୍ତି ଏବଂ ଶିବାଙ୍ଗୀ ଯୋଶୀଙ୍କ ସହ ଅଛନ୍ତି ବୋଲି କୁହାଯାଉଛି । କୁଶଲଙ୍କ ଏହି ଫଟୋଗୁଡ଼ିକ ଉପରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି ଯେ କୁଶଲ ଶିବଙ୍ଗୀଙ୍କ ଫଟୋ ମଧ୍ୟ ପୋଷ୍ଟ କରିବା ଉଚିତ୍ । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ଓ ଶିବାଙ୍ଗୀଙ୍କ ଯୋଡି ବେଷ୍ଟ ।

ଯଦି ଆମେ ଦୁଇ ଜଣଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ ଆଜିକାଲି କୁଶଲ ଟଣ୍ଡନ ସୋନି ଟିଭିରେ ସିରିଏଲ ‘ବରସାତେ’ କରୁଛନ୍ତି । ଏଥିରେ ତାଙ୍କର କୋ ଆକ୍ଟର ହେଉଛନ୍ତି ଶିବଙ୍ଗୀ ଯୋଶୀ, ଯିଏ ତାଙ୍କଠାରୁ ପ୍ରାୟ ୧୩ ବର୍ଷ ସାନ । ସୂଚନା ଅନୁଯାୟୀ, କୁଶଲ ଏବଂ ଶିବାଙ୍ଗୀ ପରସ୍ପରକୁ ଡେଟ କରୁଛନ୍ତି, ତେବେ ଏପର୍ଯ୍ୟନ୍ତ ଦୁଇ ଜଣ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇନାହାଁନ୍ତି ।

 

View this post on Instagram

 

A post shared by KUSHAL TANDON (@therealkushaltandon)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.