ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ, ଅଭିଯୁକ୍ତକୁ ଗିରଫ କଲା ପୋଲିସ୍‌

ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ହିଁ ଟିଟିଇଙ୍କ ମୃତ୍ୟୁ ହୋଇଛି ।

କେରଳର ତ୍ରିସୁର ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ହିଁ ଟିଟିଇଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିବା ପରେ ଟ୍ରେନରେ ଯାଉଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ।

ପୋଲିସ କହିବା ଅନୁସାରେ ତ୍ରିସୁରର ଜଣେ ଯାତ୍ରୀ ଟିଟିଇଙ୍କୁ ଚଳନ୍ତା ଟ୍ରେନରୁ ହିଁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଟିଟିଇ ବିନୋଦ କୁମାର ପାଟନା ସୁପରଫାଷ୍ଟ ଟ୍ରେନର କୋଚ ନମ୍ବର ଏସ୍‌ ୧୧ରେ ଟିକେଟ୍‌ ଯାଞ୍ଚ କରୁଥିଲେ । ଏହି ସମୟରେ ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ଶ୍ରମିକ ଯାତ୍ରୀ ଟିଟିଇଙ୍କୁ ଧକ୍କା ଦେଇଥିଲେ । ପୋଲିସ କହିବା ଅନୁସାରେ ଅଭିଯୁକ୍ତ ଶ୍ରମିକଙ୍କୁ ଗିରଫ କରାଯାଇଛି ।

ଘଟଣା ସମ୍ପର୍କରେ ଶ୍ରମିକଙ୍କୁ ପଚାରିବାରୁ ସେ ହିଁ ଟିଟିଇଙ୍କୁ ଟ୍ରେନରୁ ଧକ୍କା ଦେଇଥିବା ମାନିଥିଲା । ଫଳରେ ଟିଟିଇ ଟ୍ରେନରୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ରେଳବାଇ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ସଙ୍ଗେସଙ୍ଗେ ଉକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.