ପ୍ରିୟା ପ୍ରକାଶଙ୍କ ଗୋଟିଏ ବିଜ୍ଞାପନର ମୂଲ୍ୟ ଶୁଣି ହୋଇଯିବେ ଆଶ୍ଚର୍ୟ୍ୟ !

ମୁମ୍ବାଇ : ରାତାରାତି ଇଣ୍ଟରନେଟରେ ଭାଇରାଲ ହୋଇଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ। ଆଖିମାରି ସମସ୍ତଙ୍କ ମନରେ ଘର କରିବା ସହ ନ୍ୟାସନାଲ କ୍ରସ ପାଲଟିଥିଲେ ପ୍ରିୟା। ନିଜର ପ୍ରଥମ ଫିଲ୍ମର ଏକ ଛୋଟ ସିନରୁ ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିଲେ ପ୍ରିୟା। ଏବେ ପୁଣି ଥରେ ମିଡ଼ିଆରେ ଚର୍ଚ୍ଚାରେ ଆସିଛନ୍ତି ପ୍ରିୟା। କୌଣସି ଫିଲ୍ମ ବା ସିନ୍ ପାଇଁ ନୁହଁ ବରଂ ତାଙ୍କ ରୋଜଗାରକୁ ନେଇ ସେ ଚର୍ଚ୍ଚାରେ।

ନିକଟରେ ଏକ କମରସିଆଲ ବ୍ରାଣ୍ଡର ବିଜ୍ଞାପନ ପାଇଁ ପ୍ରିୟାଙ୍କୁ ଅଫର ମିଳିଥିଲା। ଯିଏ ପ୍ରିୟାଙ୍କୁ ୧କୋଟି ଟଙ୍କାର ପାରିଶ୍ରମିକ ଅଫର କରିଥିଲା। ଏହା ପୂର୍ବରୁ ଅଭିନେତ୍ରୀଙ୍କୁ ଫାଣ୍ଟାର ବିଜ୍ଞାପନରେ ଦେଖିବାକୁ ମିଳିଥିଲା। ଏହା ଛଡ଼ା ପ୍ରିୟାଙ୍କୁ ତାଙ୍କ ପ୍ରଥମ ମାଲାୟଲମ୍ ଚଳଚ୍ଚିତ୍ର ଓରୁ ଓଦାର ପରେପରେ ବଲିଉଡ଼ ଫିଲ୍ମର ମଧ୍ୟ ଅଫର ମିଳିଥିବା ଖବର ମିଳିଛି ।

Leave A Reply

Your email address will not be published.