ରାଶି ଅନୁସାରେ ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ବିଦେଶ ଯାତ୍ରା ସଫଳ ହେବ। ଆୟ ଉତ୍ତମ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

ବୃଷ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ। ମାନସିକ ଅଶାନ୍ତି ଭୋଗି ପାରନ୍ତି।

ମିଥୁନ : ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ। ଆୟ ମଧ୍ୟମ ରହିବ।

କର୍କଟ : ସ୍ଥିର ମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ। କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ। ବ୍ୟବସାୟରେ ଲାଭ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ।

ସିଂହ : ଅହଂଭାବ ତ୍ୟାଗ କରିବା ସହ ମନରୁ ସନ୍ଦେହ ଭାବ ଦୂର କରନ୍ତୁ। ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ। ଶରୀର ଅସୁସ୍ଥ ରହିପାରେ ।

କନ୍ୟା : ଧର୍ମ କାର୍ଯ୍ୟରେ ଯୋଗଦେବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ। ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି।

ତୁଳା : ଚକ୍ଷୁରେ ପୀଡ଼ା ଦେଖାଦେବ। ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପାରିବାରିକ ସମସ୍ୟା ଦୂର ହେବ।

ବିଛା : ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ। ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟହାନି ହୋଇପାରେ।

ମକର : ବିଦେଶ ଯାତ୍ରା ସଫଳ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ମନକୁ ଆୟତ୍ତରେ ରଖନ୍ତୁ।

କୁମ୍ଭ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ କରିବେ । କୁଟୁମ୍ବରେ ପୀଡ଼ା ଦେଖାଦେଇପାରେ।

ମୀନ : ସୁସ୍ୱାଦୁ ଭୋଜନ କରିବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ମନକୁ ଆୟତ୍ତରେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.