ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ମନକୁ ଆୟତ୍ତରେ ରଖନ୍ତୁ।ପାରିବାରିକ ସମସ୍ୟା ଦୂର ହେବ।

ବୃଷ : ପାରିବାରିକ ସମସ୍ୟା ଦୂର ହେବ। ମାନସିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ।

ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭ କରିବେ। ପରିବାରରେ ମନ ମିଳାଇ ଚଳନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ।

କର୍କଟ : ଆଜି କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଧର୍ମକାର୍ଯ୍ୟରେ ଯୋଗ ଦେବେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ : ବେପାର, ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶରୀର ଅସୁସ୍ଥ ରହିବ। ବିଦ୍ୟାର୍ଥୀ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କନ୍ୟା : ଆଜି ତର୍କ ବିତର୍କ କରନ୍ତୁ ନାହିଁ। ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ। ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

ତୁଳା : ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ। ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ।

ବିଛା : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଣୀ ନିୟନ୍ତ୍ରଣରେ ରଖିବା ସହ ଅହଂକାର ତ୍ୟାଗ କରନ୍ତୁ।

ଧନୁ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟହାନି ହୋଇପାରେ। ମାନସିକ ଅଶାନ୍ତି ବଢିବ।

ମକର : ସୁସ୍ୱାଦୁ ଭୋଜନ କରିବେ। ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ।

କୁମ୍ଭ : ଦୂରଯାତ୍ରା ଯୋଗ ରହିଛି। ଭାବିଚିନ୍ତି ଧନ ନିବେଶ କରନ୍ତୁ। ମାନସିକ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।

ମୀନ : ବିଦ୍ୟାର୍ଥୀ ସଫଳତା ପାଇବେ। ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ। ପରିବାରରେ ଅଶାନ୍ତି ଦେଖାଦେବ। ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ, କଳା, ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.