ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ଭାଗ୍ୟ

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ସୁସ୍ୱାଦୁ ଭୋଜନ କରିବେ। ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ। ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ। ଦିନଟି ଭଲରେ କଟିବ।

ବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ। ଧୈର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ପରିବାରର ସହଯୋଗ ମିଳିବ।

ମିଥୁନ : ଚିନ୍ତା ବୃଦ୍ଧି ସହ ଶତ୍ରୁ ବୃଦ୍ଧି ହେବ। ଦୂରଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଅହଂକାର ତ୍ୟାଗ କରନ୍ତୁ। ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ ।

କର୍କଟ : ଆୟ ମଧ୍ୟମ ରହିବ। ପରିବାରରେ ମନ ମିଳାଇ ଚଳନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। କୁଟୁମ୍ବରେ ପୀଡ଼ା ଦେଖାଦେବ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ।

ସିଂହ : ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

କନ୍ୟା : ସୁସ୍ୱାଦୁ ଭୋଜନ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଦୂର ଯାତ୍ରା ଯୋଗ ରହିଛି ।

ତୁଳା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ। ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।

ବିଛା :ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି। ସ୍ୱାସ୍ଥ୍ୟରେ ଅବନତି ଘଟିବ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ।

ଧନୁ : କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।

ମକର : ପରିବାରରେ ମନ ମିଳାଇ ଚଳନ୍ତୁ । ମାତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ ।

କୁମ୍ଭ : ବିଦେଶ ଯାତ୍ରା ସଫଳ ହେବ। ଅହଙ୍କାର ତ୍ୟାଗ କରନ୍ତୁ। ଗୁରୁଜନଙ୍କ ସମ୍ମାନ କରନ୍ତୁ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ। ପିତାଙ୍କ ସହଯୋଗ ସହ ପରିବାରରେ ଶାନ୍ତି ମିଳିବ।

ମୀନ: ପରିବାରର ସହଯୋଗ ମିଳିବ। ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ। ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଉତ୍ତମ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.