ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଆପଣଙ୍କର ଦିନ

ମେଷ : ଆଜି ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଦିନର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ । ସଂନ୍ଧ୍ୟା ସମୟ ଖୁସିରେ ବିତିବ । ଯୟନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ ।

ବୃଷ : ଆଜି ଆପଣ ସୁସ୍ଥ ରହିବେ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପାଇଁ ପ୍ରଂଶସିତ ହେବେ । ସହକର୍ମୀଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିପାରେ। ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ ।

ମିଥୁନ: ଆଜି ଆପଣ ସୁସ୍ଥ ରହିବେ । କାର୍ଯ୍ୟରୁ ଲାଭ ମିଳିପାରେ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ପରିବାରର ସଦସ୍ୟଙ୍କ ସହିତ ଦିନଟିକୁ ହସଖୁସିରେ ବିତେଇବେ । ଅଧିକ ଖର୍ଚ୍ଚପ୍ରତି ସତର୍କ ରୁହନ୍ତୁ ।

କର୍କଟ : ଆଜି ଦିନ ଆପଣ ପରିବାର ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଅବଶ୍ୟ ଧ୍ୟାନ ଦିଅନ୍ତୁ ଯେ ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ, କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ହୁଏତ ହୋଇପାରେ, ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରି ପାଇ ନପାରନ୍ତି ।

ସିଂହ : ଦିନଟି ଭଲରେ ବିତିବ ନାହିଁ । ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ । ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନସାଥୀ ସହିତ ବିତାଇ ପାରନ୍ତି ।

କନ୍ୟା : ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।

ତୁଳା : ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ । ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ । କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ସଂଧ୍ୟାର ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ ।

ବିଛା : ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ । ଆଜି ଆପଣଙ୍କ ପାଇଁ ଧନ ଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧ କରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି । ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ ।

ଧନୁ : ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ । କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଜର ଜୀବନ ଓ ସ୍ବସ୍ଥ୍ୟର ସମ୍ମାନ କରନ୍ତୁ । ହଠାତ ନୂତନ ସୂତ୍ରରୁ ଧନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦେବ । ଉଚିତ ସମୟ ଆସିଲେ ଆପଣଙ୍କ ସହଯୋଗ କୌଣସି ବଡ଼ ବିପଦରୁ ରକ୍ଷା କରି ପାରିବ ।

ମକର : ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ଆଜି ଦିନ ସାରା କିଛି ବିଶେଷ ନ କରିବା ଦ୍ବାରା ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପରେ ଆକର୍ଷିତ କରିବାରେ ସଫଳ ରହିବେ । ବାହାରକୁ ବୁଲି ଯାଇ ପାରନ୍ତି ।

କୁମ୍ଭ : ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।

ମୀନ : ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ । କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ । ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ । ନିଜର ପ୍ରିୟଜନଙ୍କ ସହିତ ଚଳଚିତ୍ର ଦେଖିବା ବଢି଼ ଓ ଆନନ୍ଦଦାୟକ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.