ଆଜିଠୁ ଗୁଆଘିଅ ଖେଚୁଡିରେ ମହକିବ ଶ୍ରୀମନ୍ଦିର: ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ(କେନ୍ୟୁଜ୍): ଆଜି ଧନୁ ସଂକ୍ରାନ୍ତି । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।

ନୀତିକାନ୍ତିକ ଶୃଙ୍ଖଳାର ସହ କରିବା ପାଇଁ ସେବୟତଙ୍କ ସହ ଆଲୋଚନା କରିଛି ମନ୍ଦିର ପ୍ରଶାସନ । ପହଲି ଭୋଗରେ ଗୁଆଘିଅ ଖେଚୁଡି, ଫଳ ସହ ଅନ୍ୟାନ୍ୟ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯିବ । କିମ୍ବଦନ୍ତୀ ଅନୁସାରେ ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ଯଶୋଦା ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସି ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.