ଆଜିର ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ପିଲାମାନଙ୍କ ପାଇଁ ଦିନ

ବ୍ୟବସାୟରେ ହଠାତ୍‌ ଧନ ପ୍ରାପ୍ତି ହେବ ।  ବ୍ୟବସାୟରେ ଯେକୌଣସି କାମ ହାତକୁ ନେବେ, ସେଥିରେ ସଫଳତା ମିଳିବ । ପାରିବାରିକ ସମ୍ପର୍କରେ ନୂତନ ମୋଡ ଆସିବ ।

ମେଷ: ଶୁଭ ସମାଚାର ମିଳିପାରେ ।  ପିଲାମାନଙ୍କୁ ଉପହାର ମିଳିବ । ଏହିପରି ଦିନଟି ଭଲରେ କଟିବ । ବେପାରିମାନଙ୍କୁ କୌଣସି ନୂଆ କମ୍ପାନୀ ସହ କାମ କରିବାର ସୁଯୋଗ ମିଳିବ । ବିଦ୍ୟାର୍ଥଙ୍କ ପାଇଁ ଦିନଟି ଭଲ ରହିବ । ଜୀବନସାଥି ଆପଣଙ୍କ ବ୍ୟବହାର ଯୋଗୁ ଖୁସି ହେବେ ।

ବୃଷ: ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍‌ କାର୍ଯ୍ୟରେ ବିଳମ୍ବ ହେବ । ଆପଣଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ଆଜି ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ବିବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ ।   ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ ।

ମିଥୁନ: ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ । ପରିବାରରେ ଖୁସି ରହିବ । ଅଫିସ୍‌ରେ ଅଧିକ ସମୟ ଦେବା ଯୋଗୁ ଅଟକିଥିବା କାମ ପୂରା ହେବ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ ।  ସନ୍ଧ୍ୟା ସମୟ ପିଲାଙ୍କ ସହ ଖେଳରେ ବିତିବ । ଧନ ମିଳିବାର ସମ୍ଭାବନା ରହିଛି । ପିଲାମାନେ ପଢାପଢିରେ ମନ ଦେବେ ।

କର୍କଟ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭମୟ । କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ ।  କୌଣସି ପ୍ରକାରର ବିବାଦରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । ମନରେ ନୂଆ ନୂଆ ବିଚାର ଆସିବ । ଦାମ୍ପତ୍ୟ ଜୀବନରେ ଝଗଡା ଥିଲେ ଠିକ୍‌ ହୋଇଯିବ ।

ସିଂହ: ଗୀତିକରଙ୍କୁ ବଡ ଅଫର ମିଳିବାର ଯୋଗ ରହିଛି । ସମ୍ପର୍କକୁ ସଦୃଢ କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ରହିବ ।  ବହୁତ ଜରୁରୀ ଥିଲେ ଯାତ୍ରା କରନ୍ତୁ, ନଚେତ୍‌ ଯାତ୍ରା ନ କରିବା ଭଲ। ଯେକୌଣସି କାର୍ଯ୍ୟ ହେଉ ମାତାପିତାଙ୍କ ଆଶୀର୍ବାଦ ରହିବ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା: ହଠାତ୍‌ ଖୁସି ଖବର ମିଳିବ । ଆପଣ କିଛି ଘରର ଜିନିଷ କିଣିବେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ଉପଦେଶ ଯୋଗୁ ଲାଭବାନ ହେବେ । ପିଲାଙ୍କ ପାଇଁ କିଛି ଖୁସି ଖବର ମିଳିବ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ । ମାତାପିତା ପିଲାଙ୍କ ପାଠପଢାରେ ସାହାଯ୍ୟ କରିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ ।

ତୁଳା: ଅଫିସ୍‌ରେ ସହକର୍ମୀ କାର୍ଯ୍ୟରେ ସାହାଯ୍ୟ କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟରେ ବିରୋଧ କରିବେ । ବେପାରକୁ ଆଗକୁ ନେବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିବେ । ଜୀବନସାଥିଙ୍କ ସହ ତାଳମେଳ ରହିବ ।କୌଣସି ନୂଆ ବନ୍ଧୁ ହେବେ, ଯିଏ ଆଗାମୀ ସମୟରେ ସାହାଯ୍ୟ କରିବେ ।

ବିଛା: କିଛି ଲୋକଙ୍କ ଖରାପ ବ୍ୟବହାର ଯୋଗୁ ଆପଣଙ୍କ ମନ ଦୁଃଖ ରହିବ, ହେଲେ ଶୀଘ୍ର ସବୁ ଠିକ୍‌ ହୋଇଯିବ । ଆୟରେ ବୃଦ୍ଧି ହେବ । ବାସନ ବିକ୍ରି କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି । ମହିଳାମାନେଙ୍କୁ ନିଜ ଜିନିଷର ଧ୍ୟାନ ରଖିବାକୁ ପଡିବ ନଚେତ୍‌ ହଜିବାର ସମ୍ଭାବନା ରହିଛି ।

ଧନୁ: ଆଜି ଆପଣଙ୍କୁ ପରିବାରର ସେହ୍ନ ଓ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାହାସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ । ଆପଣ ଅନ୍ୟ କାହା ଉପରେ ନିଜର ପ୍ରଭାବ ପକାଇବା ପାଇଁ ପ୍ରୟାସ କରିବେ । ଏହିପରି ଆପଣଙ୍କ ଦିନଟି ଭଲରେ କଟିବ ।

ମକର: ଆପଣଙ୍କୁ ଆଜି କାହା ଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ଆଜି ଆପଣଙ୍କ ଦିନ ବହୁତ ଖାସ୍‌ ରହିବ । ଲଭ୍‌ମେଣ୍ଟ୍‌ଙ୍କୁ ହଠାତ୍‌ ଉପହାର ମିଳିବ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ: ପିଲାମାନଙ୍କ ଠାରୁ ଖୁସି ମିଳିବ । ଅଫିସ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଘରେ ପୂଜାପର୍ବ ଆୟୋଜନ ପାଇଁ ଇଚ୍ଛା କରିବେ ।  କୌଣସି କାମରେ ଜୀବନସାଥି ସାହାଯ୍ୟ କରିବେ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।

ମୀନ: କୌଣସି ସାଙ୍ଗ ଠାରୁ ସହାୟତା ମିଳିବ । ବେପାରରେ ଅର୍ଥ ଲାଭ ହେବ, ଯେଉଁଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଅଫିସ୍‌ରେ କାମକୁ ନେଇ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.