ଡରାଉଛି ଖରା, ଫେବ୍ରୁଆରିରେ ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ

ବଢ଼ିବ ତାପମାତ୍ରା । ଫେବ୍ରୁଆରି ଆରମ୍ଭରୁ ଶୀତ ଉଭାନ ହେଉଥିବା ଯୋଗୁଁ ରାତି ଆଉ ଥଣ୍ଡା ହେଉ ନାହିଁ । ଆଉ ୨ ଡିଗ୍ରୀ ବଢିବ ରାତି ତାପମାତ୍ରା । ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ । ସେପଟେ ଆସନ୍ତାକାଲି ଯାଏ ଘନ କୁହୁଡ଼ି ଲାଗି ରହିବ। ୧୪ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ତାପମାତ୍ରା । ଫେବ୍ରୁଆରି ଆରମ୍ଭରୁ ଶୀତ ଉଭାନ ହେଉଥିବା ଯୋଗୁଁ ରାତି ଆଉ ଥଣ୍ଡା ହେଉ ନାହିଁ । ଆଉ ୨ ଡିଗ୍ରୀ ବଢିବ ରାତି ତାପମାତ୍ରା । ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ । ସେପଟେ ଆସନ୍ତାକାଲି ଯାଏ ଘନ କୁହୁଡ଼ି ଲାଗି ରହିବ। ୧୪ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଶିମିଳିପାଳ ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡ଼ାରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଭିଜିବିଲିଟି ୨୦୦ରୁ ଖସି ମାତ୍ର ୫୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଯାତାୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ସମ୍ଭାବନା ଥିବାରୁ ଚେତାବନୀ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.