ଜୁଆ ଆଡ୍ଡାରେ ଚଢ଼ଉ: ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ। ନାଇଟ ପେଟ୍ରୋଲିଂ ବେଳେ ଉଦୟପୁର ଗାଁରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ପହଞ୍ଚିଥିଲା । ଜୁଆ ଖେଳକୁ ବିରୋଧ କରିବାରୁ ପୋଲିସକୁ ଆକ୍ରମଣ ସହ ଦୋକାନ ଘରେ ପୁରାଇ ଦୁର୍ବୃତ୍ତ ମାନେ ନିର୍ଧୁମ ମାଡ ମାରିଛନ୍ତି ।

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ। ନାଇଟ ପେଟ୍ରୋଲିଂ ବେଳେ ଉଦୟପୁର ଗାଁରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ପହଞ୍ଚିଥିଲା । ଜୁଆ ଖେଳକୁ ବିରୋଧ କରିବାରୁ ପୋଲିସକୁ ଆକ୍ରମଣ ସହ ଦୋକାନ ଘରେ ପୁରାଇ ଦୁର୍ବୃତ୍ତ ମାନେ ନିର୍ଧୁମ ମାଡ ମାରିଛନ୍ତି । ତାଳସାରୀ ମେରାଇନ ଥାନା ଅଧିକାରୀଣି ଚମ୍ପାବତୀ ସୋରେନ ଏବଂ ତାଙ୍କ ଡ୍ରାଇଭର ସୁଧାଂଶୁ ମହାନ୍ତିଙ୍କୁ ଆକ୍ରମଣ ହୋଇଛି ।

ଖବର ପାଇ ଜଳେଶ୍ବର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଣ୍ଟାଏ ପରେ ଘର ଭିତରୁ ଆଇଆଇସିଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇବା ପରେ ଜିଲ୍ଲା ପୋଲିସର କିଛି ବରିଷ୍ଠ ପଦାଧିକାରୀ ଫୋର୍ସଙ୍କୁ ନେଇ ରାତିରେ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ଘଟଣାରେ ୨୦ ଜଣଙ୍କୁ ପୋଲିସ ଅଟକ ରଖିଛି ।