ଆଜିର ରାଶିଫଳ! ଏବେଠୁ ପଢ଼ନ୍ତୁ ଓ ସେହି ଅନୁସାରେ କାମ କରନ୍ତୁ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ’ଣ ରହିଛି ସୂଚନା।

ମେଷ : କୌଣସି ପୁରୁଣା ରୋଗରୁ ଆପଣ ମୁକ୍ତି ପାଇବେ । ପରିବାର ଲୋକଙ୍କ ସହିତ ମିଶି ସନ୍ଧ୍ୟାରେ ଉପଭୋଗ କରିପାରନ୍ତି । ଆପଣ ନିହାତି ସଫଳ ହେବେ ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି । ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ । ଏହାଦ୍ୱାରା ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ ।

ବୃଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ।

ମିଥୁନ: ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ଶାରୀରିକ ଫୂର୍ତ୍ତିର ଅଭାବ ରହିବ। ମାନସିକ ବ୍ୟଗ୍ରତା ମଧ୍ୟ ରହିବ। ଧନ ଏବଂ କୀର୍ତ୍ତିର ହାନି ହେବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ନିକଟ ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନକୁ ଚୋଟ ପହଁଚିବାର ପ୍ରସଙ୍ଗ ବନିବ।

କର୍କଟ : ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି।

ସିଂହ: ବାହରକୁ ଯାତ୍ରା ଇତ୍ୟାଦିରେ ଲାଭ ପ୍ରାପ୍ତି ହେବାର ସମ୍ଭାବନା ଅଛି। ବର୍ତ୍ତମାନ ସମୟରେ ଆପଣଙ୍କପାଇଁ କୌଣସି ବାହରକୁ ଯାତ୍ରାରେ ଯିବାର ଯୋଗ ମଧ୍ୟ ବନୁଛି। ଯଦି ଆପଣ ବିଦେଶ ଯାତ୍ରା କରିବାକୁ ମନ ବନାଇଛନ୍ତି ତେବେ ପ୍ରୟାସ କରିବାରେ ସଫଳତା ପ୍ରାପ୍ତ ହୋଇପାରେ। ସନ୍ତାନ ପକ୍ଷକୁ ନେଇକରି ଚିନ୍ତା ଉତ୍ପନ୍ନ ହୋଇପାରେ। ନିଜର ସହକର୍ମିମାନଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖିବାକୁ ପ୍ରୟାସ କରନ୍ତୁ, ଯାହାଫଳରେ ଆପଣଙ୍କୁ ସଫଳତା ଭଲ ମିଳିବ।

କନ୍ୟା : ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଶିକ୍ଷା ପ୍ରାପ୍ତି ପାଇଁ ଭଲ ଅବସର ପ୍ରାପ୍ତ ହୋଇପାରେ। ଯଦି ଆପଣ ରାଜନୈତିକ କ୍ଷେତ୍ରରେ ପକଡ଼ ବନାଇବା ପାଇଁ ପ୍ରୟାସ କରୁଛନ୍ତି ତେବେ ବର୍ତ୍ତମାନ ସମୟରେ ଆପଣଙ୍କୁ ଭଲ ସଫଳତା ମିଳିପାରେ। ଭବନ, ବାହନ, ଇତ୍ୟାଦିର ସୁଖ ସୁବିଧା ପ୍ରାପ୍ତ ହେବାର ମଧ୍ୟ ସମ୍ଭାବନା ବନୁଛି। ଗୃହ କାର୍ଯ୍ୟଗୁଡ଼ିକ ପ୍ରତି ଦାୟୀତ୍ତ୍ୱ ବଢ଼ି ପାରେ ତଥା ମାତା-ପିତାଙ୍କ ସହିତ ସମ୍ବନ୍ଧ ଭଲ ହେବା ସହିତ ଆପଣଙ୍କୁ ତାଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହୋଇପାରେ।

ତୁଳା: ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ବନୁଛି। ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ଏବଂ ଶିକ୍ଷା ପ୍ରାପ୍ତି ପାଇଁ ପ୍ରଯତ୍ନ କରୁଛନ୍ତି ତେବେ ଆପଣଙ୍କୁ ଲାଭ ପ୍ରାପ୍ତି ହୋଇପାରେ। ସନ୍ତାନ ପକ୍ଷକୁ ନେଇକରି ମଧ୍ୟ ସ୍ଥିତି ଚିନ୍ତାପୂର୍ଣ୍ଣ ହୋଇପାରେ। ଭବନ ବାହନ ଇତ୍ୟାଦିର ଭଲ ଯୋଗ ବନୁଛି। ଯଦି କୌଣସି କାର୍ଯ୍ୟ ବ୍ୟବସାୟ ସମ୍ବନ୍ଧିତ ଏବଂ କୌଣସି ଅସୁବିଧା ଅଛି ତେବେ ତାହାକୁ ଦୂର କରିବାକୁ ପ୍ରୟାସ କରିବା ଆପଣଙ୍କପାଇଁ ଭଲ ହୋଇପାରେ।

ବିଛା : ବର୍ତ୍ତମାନ ସମୟରେ ଭାଗ୍ୟ ଆପଣଙ୍କ ଭଲ ସାଥି ଦେବ ଏବଂ ବ୍ୟବସାୟରେ ଭଲ ଉନ୍ନତି ଦେଖିବାକୁ ମିଳିବ। ଆର୍ଥିକ ଲାଭ ଦୃଷ୍ଟିରୁ ଏହି ସମୟ ଉନ୍ନତି ଦାୟକ ରହିବ। ଅତଃ ସମୟ ଏବଂ ପରିସ୍ଥିତିକୁ ଦେଖି କରି କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଘର ପରିବାରର ଲୋକମାନଙ୍କ ସହିତ ସମ୍ବନ୍ଧ ଚିନ୍ତାପୂର୍ଣ୍ଣ ହୋଇପାରେ ଯାହାଫଳରେ କୌଣସି ମଧ୍ୟ ଗୃହ ବିବାଦ ଉତ୍ପନ୍ନ ହୋଇପାରେ।

ଧନୁ : କ୍ୟାରିୟର କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଫଳରେ ବଜେଟ୍‌ ଗଡ଼ବଡ଼ ହୋଇପାରେ। ବ୍ୟବହାରକୁ ନିୟନ୍ତ୍ରଣରେ ରଖନ୍ତୁ। ଜୀବନସାଥୀଙ୍କ ବ୍ୟବହାରକୁ ଅଣଦେଖା କରନ୍ତୁ ନାହିଁ। ଘରୋଇ ମାମଲାରେ ତିକ୍ତତା ସୃଷ୍ଟି ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମାଲିକ ଗାଳି କରିପାରନ୍ତି। ପ୍ରେମିକାଙ୍କ ଇଚ୍ଛା ମୁତାବକ କାମ କରନ୍ତୁ। ଦେହ ପ୍ରତି ଯତ୍ନ ନିଅନ୍ତୁ।

ମକର : କର୍ମ କ୍ଷେତ୍ର ସହ ଜଡ଼ିତ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ପରିଶ୍ରମ କରିବେ। ସିନିୟରଙ୍କ ସହଯୋଗ ପାଇବେନି। ଫଳରେ ଦୁଃଖିତ ହେବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ।ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଶରୀରର ଅଧିକ ଯତ୍ନ ନିଅନ୍ତୁ। କାମ ବୋଝ ବଢ଼ିବ। ପ୍ରେମ ସମ୍ପର୍କରେ ଭାବି ଚିନ୍ତି ଆଗକୁ ବଢ଼ନ୍ତୁ। ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କୁମ୍ଭ : କାମ ବିଗିଡ଼ିଯିବ। ଚାକିରିଆଙ୍କୁ ଇଚ୍ଛା ମୁତାବକ ଜାଗାକୁ ଯିବାକୁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ସନ୍ତାନଙ୍କ ସହ ଜଡ଼ିତ ବଡ଼ ଖୁସି ଖବର ମିଳିବ। ସାଥୀଙ୍କ ଠାରୁ କୌଣସି ବଡ଼ ସରପ୍ରାଇଜ୍‌ ମିଳିପାରେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ମୀନ : ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.