ଆଜିର ରାଶିଫଳ ! ପଢ଼ନ୍ତୁ, ମେଷଠାରୁ ମୀନ ଯାଏଁ କାହାର କେମିତି କଟିବ ଦିନ

ମେଷ: କୌଣସି ପୁରୁଣା କାମ ଆଜି ସରିବ। ପୂର୍ବରୁ କୌଣସି ପ୍ରୋଜେକ୍ଟରେ ଅର୍ଥ ଲଗାଣ କରିଥିଲେ, ଆଜି ମୋଟା ଅଙ୍କର ଲାଭ ମିଳିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଥିବା ଚିନ୍ତା ଆଜି ଦୂର ହେବ। କୌଣସି ଭଲ ଅବସର ମିଳିବ।

ବୃଷ: ଆଜିର ଦିନଟି ସୁଖମୟ ରହିବ। ଖର୍ଚ୍ଚ ବଢ଼ିବ। ଏକା ସାଙ୍ଗେ ଅନେକ କାମ ଆସିବ। ଏଣୁ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ହଇରାଣ କରିବେ। ଶ୍ୱଶୁର ଘର ଲୋକ ଧାର ମାଗିପାରନ୍ତି। ପ୍ରେମ ସମ୍ପର୍କରେ ଥିବା ଲୋକମାନେ ସାଥୀଙ୍କ ସହ ଭଲ ସମୟ ବିତାଇବେ।

ମିଥୁନ: ଆଜି ପରୋପକାର କରିବେ। ଗରିବଙ୍କ ସେବାରେ ଧନ ଦେବେ। ଯଦି କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ କରନ୍ତୁ। ବାପା-ମା’ଙ୍କ ଆଶୀର୍ବାଦରେ ଆଗକୁ ଯିବେ। ଆଜି କାହାକୁ ମାଗଣା ଜ୍ଞାନ ବାଣ୍ଟନ୍ତୁ ନାହିଁ। ଜୀବନସାଥୀ ସାଥ୍‌ ଦେବେ।

କର୍କଟ: ମନ ମୁତାବକ ଲାଭ ମିଳିବ। ବୟୋଜ୍ୟେଷ୍ଠଙ୍କ ସାହାଯ୍ୟରେ ଧନ ରୋଜଗାର କରିବେ। ଧୀମାରେ ଚାଲିଥିବା ବେପାର କାହା ପରାମର୍ଶରେ ଆଗକୁ ବଢ଼ିବ। ଆଜି ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେବେ। ମନ ଖୁସି ରହିବ। ଦେହ ଓ ମନ ସୁସ୍ଥ ରହିବ।

ସିଂହ: ଆଜି ଦିନ ସାରା ପରିଶ୍ରମ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ବିବାହ ପକ୍କା ହେବ। ଫଳରେ ପରିବାରରେ ଖୁସିର ମାହୋଲ ଦେଖାଦେବ। ବିଦ୍ୟାର୍ଥୀ ପଢ଼ାରେ ସମସ୍ୟା ଭୋଗିବେ। ପରିବାରର କାହା ଦେହ ଖରାପ ହେବ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା: ଆଜିର ଦିନ ଚିନ୍ତାରେ କଟିବ। ଅଧିକ ରୋଜଗାର କରିବା ଆଶାରେ ଛୋଟ ଛୋଟ ଲାଭକୁ ଛାଡ଼ିଦେବେ। କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବାପା-ମା’ଙ୍କ ଆଶୀର୍ବାଦରେ ନୂଆ ଗାଡ଼ି କିଣିପାରନ୍ତି।

ତୁଳା : ଆଜି ଅଧିକ ଖର୍ଚ୍ଚ କରିବେ। ବେପାରରେ ଅଧିକ ଲାଭ ହେବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ପାଲଟିବ। ପରିବାରରେ କିଛି ବିବାଦ ଥିଲେ ଆଜି ସମାଧାନ ହେବ। ବ୍ୟକ୍ତିଗତ କାମ ପାଇଁ କାହା ଠାରୁ ପରାମର୍ଶ ନିଅନ୍ତୁ ନାହିଁ।

ବିଛା : ଆଜିର ଦିନ ଶୁଭ ଫଳ ନେଇ ଆସିବ। ସୁଖଦ ଜୀବନର ଲାଭ ଉଠାଇବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ତେବେ ଭାବିଚିନ୍ତି ମୁହଁ ଖୋଲନ୍ତୁ। ଅନ୍ୟ ଲୋକ ପାଇଁ ଅସୁବିଧାରେ ପଡ଼ିପାରନ୍ତି।

ଧନୁ : ଆଜିର ଦିନ ମଧ୍ୟମ ଧରଣର ରହିବ। ଅଧିକ ଲାଭ ଆଶାରେ ଭୁଲ ଜାଗାରେ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ପିଲାମାନେ ଘର ସମସ୍ୟା ଯୋଗୁ ପଢ଼ାରେ ମନ ଦେଇ ପାରିବେ ନାହିଁ। କାମ ପାଇଁ ଯାତ୍ରା କରିପାରନ୍ତି।

ମକର : ଆଜି ହସ ଖୁସିରେ ଦିନଟି କଟିବ। ଅଟକିଥିବା କାମ ପୂରା କରିବେ। ନୂଆ କାମ ଆରମ୍ଭ କରିଥିଲେ, ଧ୍ୟାନ ଦେଇ କରନ୍ତୁ। ବ୍ୟବସାୟରେ ଲାଭ ମିଳିବ। ଲୋକଙ୍କୁ ମିଠା କଥାରେ ନିଜର କରି ନେବେ।

କୁମ୍ଭ : ଆଜିର ଦିନ ଶାନ୍ତିରେ କଟିବ। କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ, ବାଧା ଉପୁଜିବ। ଫଳରେ ମନ ଭଲ ରହିବନି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ତୁରନ୍ତ ଡାକ୍ତର ଦେଖାନ୍ତୁ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ମୀନ : ଆଜି ସମ୍ପତ୍ତି କିଣି ପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିବ। ଆଜିର କାମ ଆଜି ହିଁ କରନ୍ତୁ। କାଲି ପାଇଁ ରଖନ୍ତୁ ନାହିଁ। ସବୁ କାମ ଠିକ ସମୟରେ ସାରନ୍ତୁ। ଏହା ଦ୍ବାରା ଲାଭ ପାଇବେ। ମନରେ ନୂଆ ବିଚାର ଆସୁଥିଲେ ଏବେ ହିଁ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.