ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ମ୍ୟାଚ୍‌ ହିରୋ ସାଜିଲେ ରୋହିତ ଶର୍ମା

କେନ୍ୟୁଜ୍(ବ୍ୟୁରୋ):  ନାଗପୁରରେ ଭାରତର ଦମ୍‌ଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ହିରୋ ରୋହିତ ଶର୍ମା । ୨୦ ବଲ୍‌ରେ ୪୬ ରନ୍‌ କରିଛନ୍ତି । ୮ ଓଭର ମ୍ୟାଚ୍‌ରେ ୯୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା କଙ୍ଗାରୁ ବାହିନୀ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୫ ୱିକେଟ୍‌ ହରାଇ ୯୦ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ ଓଭରରେ ୧୩ ରନ ଦେଇ ୨ଟି ୱିକେଟ୍‌ ନେଇଥିଲେ । ଯଶପ୍ରିତ ବୁମ୍‌ରାହ ଗୋଟିଏ ୱିକେଟ୍‌ ନେଇଥିଲେ । ଓଦା ଆଉଟ ଫିଲ୍ଡ ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା ମ୍ୟାଚ୍‌ । ୩ ଟିକିଆ T20 ସିରିଜ୍‌ ୧-୧ରେ ବରାବର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.