ଆଜିର ରାଶିଫଳ ! ପଢ଼ନ୍ତୁ, ମେଷଠାରୁ ମୀନ ଯାଏଁ କାହାର କେମିତି କଟିବ ଦିନ

ମେଷ : ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ। ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ। ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ। ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ।

ବୃଷ : ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟ ମନୋବଳ ଏବଂ ଆତ୍ମବିଶ୍ଵାସରେ କରିବେ। ପ୍ରବଳ ଧନ ଲାଭର ଯୋଗ ଅଛି। ବ୍ୟାପାରରେ ବୃଦ୍ଧି ହେବ।

ମିଥୁନ : ଆଜିର ଦିନ ଶୁଭଫଳଦାୟୀ ଅଟେ। ମନୋବଳ ଏବଂ ଆତ୍ମବିଶ୍ଵାସ ଅଧିକ ରହିବ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ପରିବାରର ବାତାବରଣ ମଧ୍ୟ ଶାନ୍ତିପ୍ରଦ ରହିବ। ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟ ସ୍ଥଳରେ ସାଥିରେ କାମ କରୁଥିବା ଲୋକଙ୍କର ବ୍ୟବହାର ଆଜି ଭଲ ରହିବ।

କର୍କଟ : ଆଜିର ଦିନ ଆପଣଙ୍କୁ ଚିନ୍ତା ରହିତ ଏବଂ ଖୁସି ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବିଶେଷ ସମୟ ବିତାଇବେ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ। ଚାକିରିକରୁଥିବା ଲୋକମାନଙ୍କୁ ଚାକିରିରେ ଲାଭ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ।

ସିଂହ : ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ଅଟେ। ଭାଗ୍ୟବୃଦ୍ଧି ଏବଂ ଧନଲାଭର ସମ୍ଭାବନା ଅଛି। ପାରିବାରିକ କିମ୍ବା ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯାତ୍ରା କରିବାକୁ ପଡ଼ିପାରେ। ନିକଟସ୍ଥ ସ୍ଥାନକୁ ଧାର୍ମିକ ଯାତ୍ରାର ସଫଳ ଆୟୋଜନ ହେବ। ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସୁସ୍ଥ ରହିବେ।

କନ୍ୟା : ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ ତଥା ସନ୍ତାନଙ୍କର ଚିନ୍ତା ରହିବ।

ତୁଳା : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଆଜିର ଦିନ ଆମୋଦ-ପ୍ରମୋଦରେ କଟିବ।

ବିଛା : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ପରିବାରଜନମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଦିନ ସଂପନ୍ନ ହେବ। ଆଜି ଶୁଭ ସମାଚାର ମିଳିବ। ମଧ୍ୟାହ୍ନ ପରେ ପରିବାରରେ ଝଗଡାର ବାତାବରଣ ରହିବ, ସେଥିପାଇଁ ଭ୍ରାନ୍ତି ଦୂର କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

ଧନୁ : ଆଜିର ଦିନ ଲାଭକାରୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ସମ୍ମାନିତ ହେବେ। ବ୍ୟବସାୟ କିମ୍ବା ବ୍ୟାପାରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀ ତଥା ଉପର କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବଢିବ। ମିତ୍ରମାନଙ୍କ ସହ ଭେଟ ହେବ।

ମକର : ଆଜି ଆପଣଙ୍କ ଦିନ ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଯିବାର ଆୟୋଜନ ହେବ। ସୁରୁଚିପୂର୍ଣ୍ଣ ଭୋଜନ କରିବାର ସୁଯୋଗ ମିଳିବ।

କୁମ୍ଭ : ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି। ଦୈନିକ କାର୍ଯ୍ୟ ବିନା କୌଣସି ଅବରୋଧରେ ସମ୍ପୂର୍ଣ୍ଣ ହେବ।

ମୀନ : ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ବାଣୀର ମଧୁରତା ଏବଂ ନ୍ୟାୟପ୍ରିୟ ବ୍ୟବହାରରେ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଧ୍ୟୟନ ପାଇଁ ଅନୁକୂଳ ସମୟ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.