ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ: ଆଜିର ଦିନ ଆନନ୍ଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିବାରଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରିବେ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ରୋର କ୍ରୟ ମଧ୍ୟ କରିବେ।

ବୃଷ : ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୂର୍ତ୍ତିର ଆଜି ଅଭାବ ରହିବ ଏବଂ ମାନସିକରୂପରେ ମଧ୍ୟ ଚିନ୍ତା ରହିବ। ପତ୍ନୀଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ସ୍ଥାବର ସଂପତ୍ତିର କାର୍ଯ୍ୟରେ ସାବଧାନ ରହିବେ।

ମିଥୁନ : ବ୍ୟବସାୟିକ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତା କାରଣରୁ ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ପଦୋନ୍ନତିର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖ ହେବ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ । କାର୍ଯ୍ୟକ୍ଷେତ୍ରରେ କୌଣସି ଶତ୍ରୁଙ୍କ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ, ଏଥିପ୍ରତି ସାବଧାନ ରୁହନ୍ତୁ ।

ସିଂହ : କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ସନ୍ଧ୍ୟା ସମୟରେ କୌଣସି ପରିଚିତ ବ୍ୟକ୍ତି ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି । ଯାହାଙ୍କ ସହ ଆପଣ ନିଜ ସମସ୍ୟାକୁ ନେଇ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ ।

କନ୍ୟା : ଆଜିର ଦିନଟି ସାମାନ୍ୟ ରହିବ । ବନ୍ଧୁମାନଙ୍କ ସହ ବାହାରକୁ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ସମ୍ପତ୍ତି ସମ୍ୱନ୍ଧିତ ମାମଲା ପୂର୍ଣ୍ଣ ହେବ । ବ୍ୟବସାୟରେ କାହାକୁ ଦେଇଥିବା ଋଣ ଫେରସ୍ତ ପାଇବେ । ଏଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସନ୍ତାନଙ୍କ ଖର୍ଚ୍ଚକୁ ନେଇ ଚିନ୍ତା କରିପାରନ୍ତି ।

ତୁଳା : ଆଜିର ଦିନଟି ପରୋପକାର କାର୍ଯ୍ୟରେ ଅତିବାହିତ କରିବେ । ନିଜ କାର୍ଯ୍ୟଠାରୁ ପର ବ୍ୟକ୍ତିଙ୍କ କାର୍ଯ୍ୟରେ ଅଧିକ ଧ୍ୟାନ ଦେବେ । ଏଥିରୁ ନିବୃତ୍ତ ରୁହନ୍ତୁ । ଶ୍ୱଶୁର ଘରୁ ଋଣ ଆଣିବାକୁ ଚାହୁଁଥିଲେ, ଏହା ଉଭୟ ଘର ମଧ୍ୟରେ ଫାଟ ସୃଷ୍ଟି କରିପାରେ । ନବବିବାହିତ ଦମ୍ପତ୍ତିଙ୍କର ସନ୍ତାନ ପ୍ରାପ୍ତି ହୋଇପାରେ ।

ବିଛା : ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରନ୍ତି । ପୂର୍ବରୁ ପରସ୍ପର ମଧ୍ୟର ଚାଲିଆସୁଥିବା ଭୁଲ୍ ବୁଝାମଣାକୁ ଭୁଲି ସମ୍ପର୍କକୁ ଆଗକୁ ବଢ଼ାନ୍ତୁ । କଳହରୁ ଦୂରେଇ ରୁହନ୍ତୁ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ପୁରୁଣା ବ୍ୟବସାୟ ଠିକ୍ ଚାଲିବ । ସ୍ୱାସ୍ଥ୍ୟ, ପ୍ରେମ ଓ ସନ୍ତାନ ମଧ୍ୟମ ରହିବ ।

ଧନୁ : ପୁଞ୍ଜି ନିବେଶ କରିବାଠୁ ଦୂରେଇ ରୁହନ୍ତୁ । ପରିବାର ବର୍ଗଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବା ସହ ପ୍ରେମ ଏବଂ ସନ୍ତାନଙ୍କ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ କୌଣସି ଶୁଭ ସମାଚାର ମିଳିପାରେ ।

ମକର : ଅଚାନକ ଧନ ଲାଭର ସମ୍ଭାବନା ରହିଛି । ମାତ୍ର, ଆୟ ଉପରେ ଧ୍ୟାନ ଦିଅନ୍ତୁ । ମନ ବିଚଳତି ହୋଇପାରେ । ପ୍ରେମ ବ୍ୟାପାର ଓ ସନ୍ତାନର ସ୍ଥିତି ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାତ୍ରା ଲାଭଦାୟକ ହେବ ମାତ୍ର, ମନରେ ସମ୍ମାନ ହାନିର ସାମାନ୍ୟ ଭୟ ରହିବ ।

କୁମ୍ଭ : ଘରୋଇ ସୁଖରେ ବାଧା ଉପୁଜିପାରେ । ଜମିବାଡ଼ି, ଯାନବାହନ କ୍ରୟ କରିବାରେ ଠକାମିର ସ୍ୱୀକାର ହୋଇପାରନ୍ତି । ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତିରେ ଯନ୍ତ୍ରଣା ଦେଖାଦେଇପାରେ । ପ୍ରେମ ଏବଂ ସନ୍ତାନ କ୍ଷେତ୍ର ଅନେକ ଭଲ ରହିବ । ବ୍ୟବସାୟ ଭଲ ରହିବ ।

ମୀନ : ନିଜ ବ୍ୟବହାର ପାଇଁ ସମସ୍ୟାରେ ପଡ଼ିପାରନ୍ତି । ଜୀବନସାଥୀଙ୍କ ପାଇଁ ଖର୍ଚ୍ଚ ବଢ଼ିପାରେ । ସୁନ୍ଦର ଦେଖାଯିବା ପାଇଁ ଆପଣ କିଛି ବି କରିପାରନ୍ତି । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଆଗକୁ ଖର୍ଚ୍ଚ ବଢ଼ିପାରେ । ପତିଙ୍କ ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.