Below header

ଆଜି ଏହି ରାଶିର ବ୍ୟକ୍ତିଙ୍କ ସାଥୀରେ ରହିବ ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା…ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି ଆପଣଙ୍କ ଧନଧାନ୍ୟରେ ବୃଦ୍ଧି ଘଟିବ। ଆପଣ କୌଣସି ବନ୍ଧୁଙ୍କ ଘରେ ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ଆଜି ଆପଣଙ୍କୁ କିଛି ନୂଆ ସମ୍ପର୍କ ବୃଦ୍ଧି କରିବାକୁ ସୁଯୋଗ ମିଳିବ।

ମେଷ: ଆଜି ଆପଣଙ୍କ ଧନଧାନ୍ୟରେ ବୃଦ୍ଧି ଘଟିବ। ଆପଣ କୌଣସି ବନ୍ଧୁଙ୍କ ଘରେ ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ଆଜି ଆପଣଙ୍କୁ କିଛି ନୂଆ ସମ୍ପର୍କ ବୃଦ୍ଧି କରିବାକୁ ସୁଯୋଗ ମିଳିବ।

ବୃଷ: ଆଜି ବ୍ୟକ୍ତିଗତ ସମ୍ପର୍କ ଦୃଢ଼ ହେବ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଆଜି ସଞ୍ଚୟ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଆପଣଙ୍କୁ କୌଣସି ନୂଆ କାମରେ ନିବେଶ କରିବାର ମଉକା ମିଳିବ।

ମିଥୁନ: ଆଜି ଆପଣ ନିଜ ବାଣୀ ଏବଂ ବ୍ୟବହାରରେ ମଧୁରତା ବଜାୟ ରଖନ୍ତୁ। ଆପଣ ନିଜର ଯୋଜନାକୁ ଅତି ଭାବିଚିନ୍ତି ଆରମ୍ଭ କରନ୍ତୁ, ନଚେତ୍ ସମସ୍ୟା ହୋଇପାରେ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ରୂପେ ଫଳଦାୟୀ ହେବାକୁ ଯାଉଛି। ଆପଣଙ୍କ କ୍ୟାରିୟରରେ ବିରୋଧ ହୋଇପାରେ ଏବଂ ଆପଣଙ୍କୁ ଉନ୍ନତି କରିବାର ବି ସୁଯୋଗ ମିଳିବ। ଯଦି ଆପଣ ନିଜ ଭାଇଙ୍କୁ କୌଣସି ସାହାଯ୍ୟ ମାଗିବେ, ତ ତାହା ଅତି ସହଜରେ ମିଳିଯିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ନେଇ ଆସିବ। କାମର ଗତିବିଧି ପୂର୍ବ ଅପେକ୍ଷା ଭଲ ହେବ, କିନ୍ତୁ ଆପଣଙ୍କୁ ନିଜ ଆଳସ୍ୟକୁ ଦୂର କରିବାକୁ ପଡିବ। ସେୟାର ମାର୍କେଟ କିମ୍ବା ଲଟେରୀରେ ଟଙ୍କା ନିବେଶ କଲେ ଲାଭ ମିଳିବ।

କନ୍ୟା: ଆଜି ଆପଣଙ୍କ ପାଇଁ ଭାଗ୍ୟ ଦୃଷ୍ଟିକୋଣରୁ ଭଲ ରହିବ। ଆଧ୍ୟାତ୍ମିକ ବିଷୟ ପ୍ରତି ରୁଚି ବଢ଼ିବ ଏବଂ ଆପଣ କିଛି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଭଗବାନଙ୍କ ପ୍ରତି ଆପଣଙ୍କ ଆସ୍ଥା ଏବଂ ବିଶ୍ୱାସ ଗଭୀର ହେବ।

ତୁଳା: ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ଏବଂ କିଛି କାର୍ଯ୍ୟରେ ଆପଣ ଆଗକୁ ବଢ଼ିବେ। ରାଜନୀତିରେ କରୁଥିବା ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ। କାହାର ଆଗମନରେ ଆପଣଙ୍କ ଦିନ ବ୍ୟସ୍ତ ରହିବ।

ବିଛା: ଆଜିର ଦିନ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଏକରୁ ଅଧିକ ଉତ୍ସରୁ ଲାଭ ମିଳିପାରେ ଏବଂ ସହଭାଗୀତାରେ କାର୍ଯ୍ୟ କରିବା ଦ୍ୱାରା ଆପଣ ଭଲ ପ୍ରଦର୍ଶନ କରିବେ। ଆଜି ଲମ୍ବା ସମୟ ପରେ ପୁରୁଣା ବନ୍ଧୁ ଦେଖାହୋଇ ପାରନ୍ତି।

ଧନୁ: ଆଜିର ଦିନ ବିଜନେସ୍‌ ମାମଲାରେ ଭଲ ରହିବ। କିନ୍ତୁ ଯଦି ଆପଣ ଆଖି ବୁଜି କାହାକୁ ବିଶ୍ୱାସ କରନ୍ତି, ତା’ ହେଲେ ସେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। କ୍ୟାରିୟର ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ମକର: ଆଜି ଆପଣ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କିଛି ଶତ୍ରୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବେ। ଏଭଳି ସ୍ଥିତିରେ ଆପଣ ନିଜର ଚତୁର ବୁଦ୍ଧି ପ୍ରୟୋଗ କରି ହିଁ ବାହାରିପାରିବେ।

କୁମ୍ଭ: ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ହେବାକୁ ଯାଉଛି। ଘର, ପରିବାରରେ ଆପଣଙ୍କ ପ୍ରତି ଭଲପାଇବା ବଢ଼ିବ। ଆଜି ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ, ଯେଉଁଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।

ମୀନ: ଆଜି ଆପଣଙ୍କ ପ୍ରଗତି ହେବ। ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚେଷ୍ଟା କରିବେ। କୌଣସି ଆଇନଗତ ମାମଲା ଆଜି ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.