ପୁଣି ଥରେ ନିଖୋଜ ହୋଇଗଲେ କିମ ଜଙ୍ଗ ଉନ, ୩୫ ଦିନ ହେବ ଦେଖା ନାହିଁ

ନୂଆଦିଲ୍ଲୀ :  ପୁଣି ଥରେ ନିଖୋଜ ହୋଇଗଲେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ । ୩୫ ଦିନ ହେବ କିମ ଜଙ୍ଗ ଉନଙ୍କ ଦେଖା ନାହିଁ । ରବିବାର ହୋଇଥିବା କମ୍ୟୁନିଷ୍ଟ ପାର୍ଟି ବୈଠକରେ ମଧ୍ୟ ଉପସ୍ଥିତ ନଥିଲେ କିମ ଜଙ୍ଗ । ତୃତୀୟ ଥର ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଅନୁପସ୍ଥିତ ଥିବା ଜଣାପଡିଛି । ସେପଟେ ଆସନ୍ତାକାଲି ଉତ୍ତର କୋରିଆ ରାଜଧାନୀ ପୋଙ୍ଗୟାଙ୍ଗରେ କୋରିଆ ପିପଲ୍ସ ଆର୍ମିର ପ୍ରତିଷ୍ଠା ଦିବସ ପାଳନ ହେବ । ଯେଉଁଥିରେ ସାମିଲ ହୋଇଥାନ୍ତେ କିମ ଜଙ୍ଗ ।

ହେଲେ ତା ପୂର୍ବରୁ କିମ ଜଙ୍ଗ ଉନ ଗାୟବ ହୋଇଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଶୁଣିବାକୁ ମିଳିଛି କିମ ଜଙ୍ଗ ଅସୁସ୍ଥ ଅଛନ୍ତି । ଏହା ପୂର୍ବରୁ ୨୦୧୪ରେ ୪୦ ଦିନ, ୨୦୨୧ରେ ୩୦ ଦିନ ଏବଂ ୨୦୨୦ରେ ଲମ୍ବା ସମୟ ପାଇଁ ଗାୟ ହୋଇଯାଇଥିଲେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.