ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ବ୍ଲକ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଧାରଣା

ରାଜନଗର (କେନ୍ୟୁଜ୍‌) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ ୮ ମାସ ହେବ ମିଳିନାହିଁ ରାସନ ସାମଗ୍ରୀ । ରାସନ ସାମଗ୍ରି ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାୟତବାସୀ । ସୂଚନା ମୁତାବକ ସାତଭାୟା ରିଟେଲର ବିଣାକର ରାଉତ ୮ ମାସର ରାସନ ସାମଗ୍ରି ହିତାଧିକାରୀଙ୍କୁ ବଣ୍ଟନ କରିନଥିବା ଅଭିଯୋଗ ହୋଇଛି ।

ସମସ୍ୟା ନେଇ ଗ୍ରାମବାସୀମାନେ ରାଜନଗର ବିଡିଓ ଏବଂ ବ୍ଲକ ଯୋଗାଣ ଅଧିକାରୀଙ୍କ ସହ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ବି କୌଣସି ସୁଫଳ ନମିଳିବାରୁ, ଶେଷରେ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏପରିକି ରାସନ ସାମଗ୍ରୀ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ହିତାଧିକାରୀ ଚେତାବନୀ ଦେଇଛନ୍ତି ।

ସାତଭାୟାବାସୀଙ୍କୁ ସରକାର ବଗପାଟିଆରେ କେବଳ ୧୦ ଡିସିମିଲି ଜାଗା ଦେଇ ଥଇଥାନ କରିଛନ୍ତି । ସେମାନଙ୍କର ଚାଷ ଜମି ସମ୍ପୂର୍ଣ୍ଣ ବାଲିଚର ମାଡିଯାଇଛି । ଫଳରେ ସରକାରୀ ରାସନ ଉପରେ ନିର୍ଭରକରି ଏହି ଅଭାବୀ ପରିବାର ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଦୀର୍ଘ ୮ ମାସ ଧରି ରିଟେଲର ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ନକରି ହଡପ କରିଥିଲେ ମଧ୍ୟ ଯୋଗାଣ ବିଭାଗ କିପରି ଜାଣି ପାରିଲା ନାହିଁ ?

ପୂର୍ବରୁ ରାଜନଗର ବ୍ଲକରେ ଏଭଳି ଦୁର୍ନୀତି କରି ୪ ଜଣ ରିଟେଲର ନିଲମ୍ବିତ ହୋଇଥିବା ବେଳେ, କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ନୀତି ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବେ ତଦନ୍ତ କରାଯାଇ ହିତାଧିକାରୀମାନଙ୍କୁ ରାସନ ସାମଗ୍ରି ଯୋଗାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.