ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ

ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । ଭାଇ ହେଲା ଭଗାରି। ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଷଡ଼ଯନ୍ତ୍ରତକାରୀ ସାଜିଥିଲେ ଭାଇ-ଭାଉଜ । ହତ୍ୟା କରିବାକୁ ସୁପାରୀକିଲରକୁ ଦେଇଥିଲେ ୧ ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଘଟିଛି ।

ବାଲେଶ୍ୱର : ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । ଭାଇ ହେଲା ଭଗାରି। ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଷଡ଼ଯନ୍ତ୍ରତକାରୀ ସାଜିଥିଲେ ଭାଇ-ଭାଉଜ । ହତ୍ୟା କରିବାକୁ ସୁପାରୀକିଲରକୁ ଦେଇଥିଲେ ୧ ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଘଟିଛି ।

ଆଜି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି । ଗତ ୫ ତାରିଖରେ ଏହି ଘଟଣା ଘଟିଥିଲା । ସାମାନ୍ୟ ଜମି ପାଇଁ ଭାଇ ଭାଇର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲାଗିଛି । ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ବ୍ଲୁ ଲେକରୁ ମିଳିଛି ।

ମୃତକ ହେଲେ ଭବାନୀ ରାଉତ । ତାଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ ବିଜୟ ରାଉତ । ଏହି ମାମଲାରେ ବଡ଼ଭାଇ, ଭାଉଜଙ୍କ ସମେତ ୬ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଫେରାର ରହିଛି । ସେମାନଙ୍କଠାରୁ ୭୦ ହଜାର ଟଙ୍କା , ୮ ଟି ମୋବାଇଲ ଫୋନ ଓ ଦୁଇଟି ତେଲେଙ୍ଗା କଟୁରୀ ଜବତ କରାଯାଇଛି । ଭବାନୀ ରାଉତ ଓ ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା ପରେ ଧରାନପଡ଼ିବା ପାଇଁ ନାଟକ ରଚିଥିଲା ବଡ଼ଭାଇ ବିଜୟ ରାଉତ।

ନିଖୋଜ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲା । ତଦନ୍ତ ବେଳେ ସ୍କାନରକୁ ଆସିଥିଲା ବିଜୟ। ଭବାନୀଙ୍କ ହତ୍ୟା ପାଇଁ ୩ ମାସ ତଳୁ ଯୋଜନା କରିଥିଲେ ବଡ଼ ଭାଇ ଓଭାଉଜ । ପୁରୁଣା ବାଲେଶ୍ଵର ଅଞ୍ଚଳର ଯୁବକଙ୍କୁ ସୁପାରି ଦେଇଥିଲା ବଡ଼ ଭାଇ । ୧ଲକ୍ଷ ୪୦ ହଜାରରେ ଡିଲ୍ ଫାଇନାଲ ହୋଇଥିଲା । ୩୦ ହଜାର ଅଗ୍ରୀମ ନେଇଥିଲେ ହତ୍ୟାକାରୀ। ପାରିବାରିକ କଳହ, ଜମି ଭାଗ ବଣ୍ଟା ଓ ଟଙ୍କା ଦେଣନେଣକୁ କେନ୍ଦ୍ର କରି ବିବାଦରୁ ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ କହିଛି । ଅଭିଯୁକ୍ତ ମାନେ ପ୍ରଥମେ ସାନ ଭାଇକୁ ହତ୍ୟା କରିବା ପରେ ସାନ ଭାଇର ସାଙ୍ଗକୁ ଜୀବନରୁ ମାରି ଦେଇଥିଲେ । କାରଣ ହତ୍ୟାକରୁଥିବାର ଦେଖିଦେଇଥିଲା ସାଙ୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.