ନୂଆବର୍ଷରେ କରନ୍ତୁ ଏହି ୫ଟି ସହଜ ଉପାୟ, ବର୍ଷଯାକ ମିଳିବ ଧନ

ନୂଆବର୍ଷ ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର ଆର୍ଥିକ ସମୃଦ୍ଧି ପାଇଁ କିମ୍ବା ଚାକିରି, ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପାଇଁ ଚେଷ୍ଟା କରିବ। କିନ୍ତୁ ଯଦି ଆପଣ କଠିନ ପରିଶ୍ରମ ସହିତ କିଛି ଉପାୟ ଆପଣାନ୍ତି, ତେବେ ମା‘ ଲକ୍ଷ୍ମୀଙ୍କ କୃପା ଆଶୀର୍ବାଦ ମିଳିବ। ଏହାସହିତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ୨୦୨୨ରେ ଧନ ଦେବୀ ଲକ୍ଷ୍ମୀଙ୍କ ସହିତ ଜଡିତ କିଛି ଊପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…

ନୂଆବର୍ଷରେ ନିଜେ ରୋଜଗାର କରୁଥିବା କିଛି ପଇସା କୌଣସି ଗରିବ ଲୋକଙ୍କୁ ଦାନ କରନ୍ତୁ। ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ମିଳିବ। ଏହାସହିତ ଘର ପରିବାରରେ ସୁଖ ଏବଂ ସମୃଦ୍ଧି ଲାଗି ରହିବ।

– ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ସନ୍ଧ୍ୟାରେ ଗଛ ପାଖରେ ଘିଅଦୀପ ଜଳାନ୍ତୁ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘର କେବେ ଛାଡିବେ ନାହିଁ। ଆଉ ଆପଣଙ୍କୁ ସବୁବେଳେ ସୁଖ ସମୃଦ୍ଧି ଏବଂ ଆଶୀର୍ବାଦ ମିଳିବ।

– ମାସର କୌଣସି ଶୁକ୍ରବାର ମଧ୍ୟ ୩ଟି ଅବିବାହିତ କନ୍ୟାକୁ ଖିରି ଖାଇବାକୁ ଦିଅନ୍ତୁ ଏବଂ କିଛି ପଇସା ସହିତ ହଳଦିଆ ବସ୍ତ୍ର ଦାନ କରନ୍ତୁ। ଏହାଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

– ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପ୍ରତ୍ୟେକ ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ଘରେ କେବେ ବି କୌଣସି ଭଙ୍ଗାହୋଇଥିବା ବାସନ ରଖନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯାଏ।

– ପ୍ରତ୍ୟେକ ଶୁକ୍ରବାର ଶଙ୍ଖରେ ଭଗବାନ ବିଷ୍ଣୁଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ଅତ୍ୟଧିକ ପ୍ରସନ୍ନ ହୁଅନ୍ତି। ପ୍ରତିଦିନ ସ୍ନାନ କରିବା ପରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନିଅନ୍ତୁ ଏବଂ ମଥାରେ କେସର ତିଳକ ଲଗାନ୍ତୁ।

sankha

ଘରେ କ’ଣ ରଖିବେ ନାହିଁ :

ଯଦି ଆପଣ ଚାହୁଁଛନ୍ତି ମା’ଲକ୍ଷ୍ମୀ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦର ହାତ ଏମିତି ରଖିଥାନ୍ତୁ ତେବେ ଘରେ ଥିବା ପୁରୁଣା, ଭାଙ୍ଗି ଯାଇଥିବା ଜିନିଷ, ଫଟା ଏବଂ ପୁରୁଣା ଜୋତା ଚପଲ ଭଳି ଜିନିଷକୁ ତୁରନ୍ତ ବାହାରକୁ ଫୋପାଡି ଦେବା ଉଚିତ୍ । ଯେଉଁ ମାନଙ୍କ ଘରେ ଅଳିଆ ଅପରିଷ୍କାର ଥାଏ ମା’ଲକ୍ଷ୍ମୀ ସେମାନଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ ।

• ଯେଉଁ ଘରେ ରାତିରେ ଅଁଇଠା ବାସନ ପଡି ରହିଥାଏ ସେଠାକୁ କଦାପି ଲକ୍ଷ୍ମୀ ସେହି ସ୍ଥାନକୁ ଯାଇ ନଥାନ୍ତି ଏହା ସହ ସର୍ବଦା ସେହି ଘରେ ରୋଗ ଲାଗି ରହିଥାଏ । ତେଣୁ କେତେବେଳେ ବି ଅଁଇଠା ବାସନ ରାତିରେ ରଖନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.