ବ୍ୟାଙ୍କ ଲକରରୁ ମିଳିଲା ଏକ ହଜାର ବର୍ଷ ପୁରୁଣା ବିରଳ ଶିବଲିଙ୍ଗ, ମୂଲ୍ୟ ୫୦୦ କୋଟି

ନୂଆଦିଲ୍ଲୀ : ତାମିଲନାଡୁର ତାଞ୍ଜଭୁରରେ ଯେତେବେଳେ CED ପୋଲିସ ଜଣେ ଭାରତୀୟ ବ୍ୟବସାୟୀଙ୍କ ବ୍ୟାଙ୍କ ଲକର ଖୋଲିଥିଲା ସେତେବେଳେ ୫୦୦ କୋଟି ଟଙ୍କା ମୂଲ୍ୟର ଏକ ବହୁମୂଲ୍ୟ ରତ୍ନର ଶିବଲିଙ୍ଗ ମିଳିଥିଲା । WIONର ରିପୋର୍ଟ ଅନୁଯାୟୀ, ଏଡିଜିପି ଜୟନ୍ତ ମୁରଲୀ ଶୁକ୍ରବାର ଦିନ ଚେନ୍ନାଇରେ କହିଛନ୍ତି ଯେ ତାଞ୍ଜଭୁର ଇଲାକାରେ ଜନୈକ ବ୍ୟକ୍ତିଙ୍କ ଘରେ ଏକ ପୁରାତନ ମୂର୍ତ୍ତି ରଖାଯାଇଛି। ଏହାର ମୂଲ୍ୟ ମଧ୍ୟ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଥିଲା।
ଏଥିରେ ଏସିପି ଆର ରାଜରାମ ଓ ପି ଅଶୋକ ନଟରାଜନଙ୍କ ନେତୃତ୍ୱରେ ଏକ ଟିମ୍ ତାଞ୍ଜାଭୁର ଅରୁଲାନନ୍ଦ ନଗର ଅନ୍ତର୍ଗତ ସେଭେନ୍ କ୍ରସ୍ ଷ୍ଟ୍ରିଟଠାରେ ଥିବା ଲାଙ୍ଗଭାଲ ଘରେ ଚଢଉ କରିଥିଲେ । ଏହି ସମୟରେ ଏନଏ ସାମିୟାପ୍ପାନଙ୍କ ପୁଅ ଏନଏସ୍ ଅରୁଣଙ୍କୁ ପଚରାଉଚୁରା କରାଯାଇଥିଲା । ବାପା ଘରେ ନୁହେଁ ବ୍ୟାଙ୍କ ଲକରରେ ମର୍କତ ରତ୍ନର ଶିବଲିଙ୍ଗ ରଖିଥିବା କହିଥିଲେ । ସେ ସିଆଇଡି ଟିମକୁ ତଦନ୍ତରେ ସହଯୋଗ କରି ମୂର୍ତ୍ତିକୁ ହସ୍ତାନ୍ତର କରିଥିଲେ ।
ଏହି ଲିଙ୍ଗର ମୂଲ୍ୟ ୫୦୦ କୋଟି ଟଙ୍କା । ୨୦୧୬ ରେ ନାଗାପଟ୍ଟିନମ୍ ନିକଟସ୍ଥ ତିରୁକୁଭାଲାଇର ଠାରେ ଥିବା ପୁରୁଣା ଥିଆରାଜା ସ୍ୱାମୀ ମନ୍ଦିରରୁ ଏହା ଚୋରି ହୋଇଥିଲା ।ବ୍ୟାଙ୍କ ଲିକରରୁ ଏହି ଲିଙ୍ଗକୁ ଉଦ୍ଧାର କରାଯାଇଥିଲା। ଏହି ଶିବଲିଙ୍ଗ ୫୩୦ ଗ୍ରାମ ଓ ଉଚ୍ଚତା ୮ ସେଣ୍ଟିମିଟର । ସାମିୟାପ୍ପାନ କେଉଁଠୁ ଏହି ଶିବଲିଙ୍ଗ ପାଇଥିଲେ ତାହା ତାଙ୍କ ପୁଅ ବା କାହାରିକୁ ଜଣାନାହିଁ ବୋଲି କହିଛନ୍ତି । ଏହାର ବଜାର ମୂଲ୍ୟ ୫୦୦ କୋଟି ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନାନୁସାରେ, ବୈଜ୍ଞାନିକ ମାନଙ୍କ ଅନୁସନ୍ଧାନ ଦ୍ୱାରା ଏହା ଜଣା ପଡିନାହିଁ ଯେ ଏହା କେବେ ହୋଇଥଲା କିନ୍ତୁ ଏହା ଏକ ହଜାର ବର୍ଷ ପୁରୁଣା ଶିବ ଲିଙ୍ଗ ବୋଲି ବିଶ୍ୱାସ କରାଯାଏ । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି। ବିଶ୍ୱାସ କରାଯାଏ ଯେ ଏହି ମର୍କତ ରତ୍ନ ନିର୍ମିତ ଶିବ ଲିଙ୍ଗ ପୂର୍ବ ଏସିଆର ଦକ୍ଷିଣ ଭାରତର ମହାରାଜା ରାଜେନ୍ଦ୍ର ଚୋଳ କିଣି ମନ୍ଦିରକୁ ଦେଇଥିଲେ।