ସଫଳତା ପାଇଁ ଏହି ଦିଗରେ ହୁଅନ୍ତୁ ଲଜ୍ଜ୍ୟ ବିହୀନ : ଚାଣକ୍ୟ ନୀତି

ମନୁଷ୍ୟ ଜୀବନରେ ସଫଳତା ପାଇବା ଆଶାରେ ଆହରହ ଚାଲି ଚାଲିଛି । ବହୁ ସମୟରେ ଏଥିପାଇଁ ଅନେକ ପ୍ରକାରର ପ୍ରଥା ମଧ୍ୟ ଅବଲମ୍ବନ କରିଥାଏ କିନ୍ତୁ ଏତେ ସବୁ ପରେ ମଧ୍ୟ ସବୁବେଳେ ସଫଳତା ଠାରୁ ଦୂରେଇ ରହିଥାଏ । ତେବେ ଏନିମନ୍ତରେ ମହାନ୍ ନୀତିଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଏହା ବିଷୟରେ କିଛି ଟିପ୍ଣୀ ପ୍ରଦାନ କରିଛନ୍ତି । ଯାହାକୁ ଲଜ୍ଜ୍ୟ ବିହୀନଙ୍କ ଭଳି ଅନୁସରଣ କରିବା ଦ୍ୱାରା ଜୀବନରେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ଆସନ୍ତୁ ଜାଣିବା କଣ ରହିଛି ସେହି ନୀତି ।
ଟଙ୍କା ନେଣଦେଣ :
ଚାଣକ୍ୟ ନୀତି ଅନୁଯାୟୀ ଟଙ୍କା ନେଣଦେଣରେ କେବେ ମଧ୍ୟ ସଙ୍କୋଚ ରଖିବା ଉଚିତ ନୁହଁ । ଯଦି ଆପଣ କାହାକୁ ଦରକାର ସମୟରେ ଟଙ୍କା ଦେଇଛନ୍ତି ତେବେ ଆପଣଙ୍କ ଆବଶ୍ୟକତା ସମୟରେ ତାହା ମାଗିବା ପାଇଁ ଲାଜ କରିବା ଉଚିତ ନୁହଁ । ଏହି ସମୟରେ କୌଣସି ମଧ୍ୟ ସଙ୍କୋଚ ପ୍ରକାଶ କରିବା ଉଚିତ୍ ନୁହଁ ।
ଆହୁରୀ ପଢ଼ନ୍ତୁ: ମଙ୍ଗଳବାର କରନ୍ତୁ ଏହି କାମ, ଶୀଘ୍ର ହେବେ କରଜ ମୁକ୍ତ
ଖାଦ୍ୟ ଗ୍ରହଣ ସମୟରେ ଲଜ୍ଜ୍ୟ କରନ୍ତୁ ନାହିଁ :
ମନୁଷ୍ୟକୁ ଖାଦ୍ୟ ଖାଇବାରେ କୌଣସି ଲାଜ ରଖିବା ଉଚିତ୍ ନୁହଁ । ସବୁବେଳେ ନିଜ ଆବଶ୍ୟକତା ହିସାବରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ । କୌଣସି ସ୍ଥାନରେ ଲୋଭରେ ଅଧିକ କିମ୍ବା ଲାଜରେ କମ ଖାଇବା ଉଚିତ ନୁହଁ । ଯେତେ ଆବଶ୍ୟକ ସେତିକି ପରିମାଣର ଖାଇବା ଉଚିତ୍।
ଗୁରୁଙ୍କୁ ପଚାରନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର:
ବିଦ୍ୟା ଗ୍ରହଣ ସମୟରେ କୌଣସି ପ୍ରକାରର ଲାଜ କରିବା ଉଚିତ୍ ନୁହଁ । ଯଦି ଆପଣ ଜଣେ ବଦ୍ୟାର୍ଥୀ ,ତେବେ କିଛି ନଭାବି ଏବଂ ବେଲଜ୍ଜ୍ୟ ହୋଇ ମନରେ ଯାହା ସନ୍ଧେହ ସୃଷ୍ଟି ହୋଇଥାଏ ତାହାକୁ ଗୁରୁଙ୍କୁ ପଚାରନ୍ତୁ । ଏଥିପାଇଁ କେବେ ମଧ୍ୟ ସଂଙ୍କୋଚ ପ୍ରକାଶ କରନ୍ତୁ ନାହିଁ ।