କମ୍ପାନୀ ସେକ୍ରେଟାରୀଙ୍କ ଭବିଷ୍ୟତ ଉଜ୍ୱଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : କମ୍ପାନୀର ପରିଚାଳନା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରୀ ମାନଙ୍କର ଭୂମିକା ଉଲ୍ଳେଖନୀୟ । ସେମାନଙ୍କର ଭବିଷ୍ୟତ ମଧ୍ୟ ଖୁବ ଉଜ୍ଜ୍ୱଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଆଇସିଏସଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ପାନୀ ସେକ୍ରେଟାରୀମାନଙ୍କ ଭୂମିକା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଆମ ରାଜ୍ୟ ମେକ୍‌ ଇନ ଓଡିଶା ଜରିଆରେ ନୂତନ ପୁଞ୍ଜିନିବେଶକାରୀ ମାନଙ୍କୁ ଆକୃଷ୍ଟ କରିବା ସହ ପୂର୍ବଭାରତର ମାନୁଫାକ୍ଚରିଂ ହବରେ ପରିଣତ ହୋଇସାରିଛି । ଏଣୁ ଏଠାରେ କମ୍ପାନୀ ସେକ୍ରେଟାରୀମାନଙ୍କର ଭବିଷ୍ୟତ ଖୁବ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି ।

ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଟାଟାଷ୍ଟିଲ ଅଧ୍ୟକ୍ଷ ଅରୁଣ ମିଶ୍ର ଯୋଗଦେଇଥିଲେ । ସମଗ୍ର ରାଜ୍ୟର ଏକ ହଜାରରୁ ଅଧିକ କମ୍ପାନୀ ସେକ୍ରେଟାରୀ ଯୋଗଦେଇଥିଲେ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ କମ୍ପାନୀ ସେକ୍ରେଟାରୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବ । ଚଳିତ ବର୍ଷର ଥିମ ରହିଛିଏ ଜର୍ନି ଅଫ୍‌ ୫୦ ଗ୍ଲୋରିଅସ ଇୟରସ-କନେକ୍ଟିଂ ଫ୍ରମ୍‌ ଗ୍ରାସରୁଟସ ଟୁ ଗ୍ଲୋବାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.