Below header

ଫ୍ଲୋରକୁ ଆସିଲା ଇସ୍କରିୟାର ଟ୍ରେଲର

ମୁମ୍ବାଇ : ଆଜି ରିଲିଜ ହୋଇଛି ଫିଲ୍ମ ଇସ୍କେରିୟାର ଟ୍ରେଲର । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି  ରିଚା ଚଡ୍ଡା ଓ ନିଲ୍‌ ନିତିନ୍‌ ମୁକେଶ। ଫିଲ୍ମର ସୁଟିଂ ୨୦୧୪ରେ ଆରମ୍ଭ ହୋଇଥିଲା କିଛି କାରଣ ଯୋଗୁଁ ଏହା ସ୍ଥଗିତ ହୋଇ ରହିଥିଲା। ଏବେ ଫିଲ୍ମର ସୁଟିଂ ଶେଷ କରି ଏହାର ଟ୍ରେଲର ରିଲିଜ କରିଛି ପ୍ରଯୋଜନା ସଂସ୍ଥା ।

ଟ୍ରେଲରରେ କଲେଜ ଲାଇଫ୍‌, ଲଭ ଓ ରୋମାନ୍ସ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରେରଣା ଓ୍ଵାଧ୍‌ବନ୍‌ । ଫିଲ୍ମର ପ୍ରଯୋଜକ ଥିଲେ ପ୍ରେରଣାଙ୍କ ପିତା ରବି ଓ୍ଵାଧ୍‌ବନ୍‌ । କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିବା ପରେ ଫିଲ୍ମର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା । ଅନେକ ସଂର୍ଘଷ ଓ ଚେଷ୍ଟା ପରେ ପ୍ରେରଣା ଫିଲ୍ମର ସୁଟିଂ ଶେଷ କରିଛନ୍ତି । ସେପ୍ଟେମ୍ବର ୨୧ରେ ଫିଲ୍ମ ରିଲିଜ ହେବା ନେଇ ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.