ନିଜର ଓଜନ ହିସାବରେ ଆପଣଙ୍କୁ ଦିନରେ କେତୋଟି ରୁଟି ଖାଇବା ଆବଶ୍ୟକ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାଧାରଣତଃ ଖାଦ୍ୟ ଖାଇବା ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ରୁଟି ହେଉ ଅଥବା ଭାତ ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ତେବେ ରୁଟି ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଓ ଏନର୍ଜି ମିଳିଥାଏ ଏବଂ ଶରୀରର ସାରା ଦିନ ଶକ୍ତିଶାଳୀ ଅନୁଭବ କରିଥାଏ । ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଶରୀରର ଆବଶ୍ୟକତା ଅନୁସାରେ ରୁଟି ଖାଇବା ଆବଶ୍ୟକ । କାରଣ କମ କିମ୍ବା ବେଶୀ ରୁଟି ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇପରେ ବୋଲି ଏକ ଗବେଷଣାରୁ ଜଣାପଡିଛି । ତାହେଲେ ଆସନ୍ତୁ ଜାଣିବା ନିଜ ଓଜନ ହିସାବରେ ଗୋଟିଏ ଦିନରେ ଆପଣଙ୍କୁ କେତୋଟି ରୁଟି ଖାଇବା ଆବଶ୍ୟକ ।

ସାଧାରଣତଃ ଆଜିକାଲି ଅଧିକାଂଶ ଘରେ ରୁଟି ଗ୍ୟାସରେ ପ୍ରସ୍ତୁତ କରାଯାଇଥାଏ । ସେଥିପାଇଁ ରୁଟି ଗୁଡିକ ପ୍ରାୟ ବହୁତ ପତଳା ପତଳା ହୋଇଥାଏ । ତେବେ ସେହି ହିସାବରେ ଏହି ଓଜନର ଲୋକମାନଙ୍କୁ ସେହି ପରିମାଣରେ ରୁଟି ଖାଇବା ଆବଶ୍ୟକ ।

Image result for roti

  • ଯଦି କୌଣସି ବ୍ୟକ୍ତିଙ୍କ ଓଜନ ୫୦ କିଲୋ କିମ୍ବା ତାଠାରୁ କମ ତାହେଲେ ତାଙ୍କୁ ପତଳା ରୋଟୀ ୫-୬ଟି ଖାଇବା ଆବଶ୍ୟକ ।
  • ଯଦି କୌଣସି ବ୍ୟକ୍ତିଙ୍କର ଓଜନ ୫୦ରୁ ୬୦ କିଲୋ ମଧ୍ୟରେ ହୋଇଥାଏ ତାହେଲେ ତାଙ୍କୁ ପତଳା ରୋଟୀ ୮-୧୦ଟି ଖାଇବା ଆବଶ୍ୟକ ।
  • ଯଦି କୌଣସି ବ୍ୟକ୍ତିଙ୍କର ଓଜନ ୬୦ ରୁ ୭୦ କିଲୋ ମଧ୍ୟରେ ରହିଛି ତାହେଲେ ତାଙ୍କୁ ୧୦ ରୁ ୧୨ଟି ରୁଟି ଖାଇବା ଆବଶ୍ୟକ ।
  • ଯଦି କୌଣସି ବ୍ୟକ୍ତିଙ୍କର ଓଜନ ୭୦ କିଲୋରୁ ଅଧିକ ତାହେଲେ ତାଙ୍କୁ ୧୩ଟି ରୁଟି ଖାଇବା ଆବଶ୍ୟକ ।

ଏହି ପ୍ରକାରେ ନିଜର ଓଜନ ଅନୁସାରେ ରୁଟି ଖାଇବା ଦ୍ୱାରା ଶରୀରକୁ ଭରପୁର ଏନର୍ଜି ଏବଂ ପୋଷଣ ମିଳିଥାଏ । ତାଛଡା ଶରୀର ସୁସ୍ଥ ଏବଂ ଶକ୍ତିଶାଳୀ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.