ସାହାଯ୍ୟ ପାଇଁ ଆଗକୁ ଆସିଲେ ହରଜିନ୍ଦର୍‌, ଆଇସୋଲେସନ୍‌ରେ ଥିବା ବୟସ୍କ ଲୋକଙ୍କ ପାଖରେ ପହଞ୍ଚାଇଲେ ଖାଦ୍ୟ

କରୋନା ଭାଇରସ ଦେଶରେ କାୟା ବିସ୍ତାର କରିବା ପରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିସହ ମହାମାରୀ ଭଳି ଏହି ଭୟଙ୍କର ଭାଇରସର ପ୍ରଭାବ ଦେଶରେ ମାନ୍ଦା ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଲୋକମାନେ ନିଜକୁ ନିଜେ ଆଇସୋଲେସନ୍‌ ରଖୁଛନ୍ତି ଏବଂ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କ ଠାରୁ ଅଲଗା ରଖାଯାଉଛି। କିନ୍ତୁ ଯେଉଁ ବୟସ୍କ ଲୋକଙ୍କ ବୟସ ୬୫ ବର୍ଷ ପାର୍‌ ହୋଇସାରିଛି ସେହିାନଙ୍କ ପ୍ରତି ଏହି ଭାଇରସ ସଂକ୍ରମଣ ହେବାର ଭୟ ଅଧିକା ରହିଛି। ଏହିକାରଣରୁ ବୟସ୍କ ଲେକାମାନେ ଘରୁ ବାହାରିବା ମଧ୍ୟ ବନ୍ଦ କରିସାରିଛନ୍ତି। ଯାହାଫଳରେ ଜୀବନ ଜିଇଁବା କଷ୍ଟକର ହୋଇପଡିଛି ଏବଂ ଆବଶ୍ୟକ ଜିନିଷ ପାଇଁ ସଂଘର୍ଷ କରିବାକୁ ପଡୁଛି। ଏହିସବୁ ମଧ୍ୟରେ ଇଂଲଣ୍ଡରେ ଶିଖ୍‌ ସମୁଦାୟ ଏକ ସୁନ୍ଦର ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହାର ପ୍ରଶଂସା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

food1ରିପୋର୍ଟ ଅନୁଯାୟୀ ହରଜିନ୍ଦର ସିଂହ କୁକରେଜା ନାମକ ଜଣେ ବ୍ୟକ୍ତି ଟ୍ଵିଟ କରି ଲେଖିଛନ୍ତି, ‘ଆପଣଙ୍କ ବୟସ ୬୫ ବର୍ଷ ପାର୍‌ ହୋଇଛି କି? କରୋନା ଭାଇରସ ଆଇସୋଲେସନ୍‌ ରେ ଅଛନ୍ତି କି? ଖାଦ୍ୟ ପାଇବା ପାଇଁ ସାହାଯ୍ୟ ଚାହୁଁଛନ୍ତି କି? ବ୍ରିଟେନର ରେ ରହୁଥିବା ଏହି ବ୍ୟକ୍ତି ଶିଖ୍‌ ସମ୍ପ୍ରଦାୟର ବୟସ୍କ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି। ସେ ମୋବାଇଲ ଫୁଡ୍‌ ସପୋର୍ଟ ଜରିଆରେ ବୟସ୍କ ଏବଂ ଆଇସୋଲେଟେଡ ଲୋକଙ୍କୁ ମାଗଣାରେ ସୁସ୍ଥ ଏବଂ ପୌଷ୍ଟିକ ଆହାର ଯୋଗାଉଛନ୍ତି।

Foodଏହାପରେ ସୋସିଆଲ ମିଡିଆରେ ସେ ନିଜର ଅନ୍ୟ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ବ୍ରିଟେନ ପରେ, ମେଲବର୍ନରେ ଆଇସୋଲେଟେଡ୍‌ରେ ଥିବା ଶିଖ୍‌ମାନଙ୍କ ପାଇଁ ମଧ୍ୟ ମାଗଣାରେ ଆହାର ଯୋଗାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଶିଖ୍‌ ଓ୍ଵାଲଂଟିୟର୍ସ ଘୋଷଣା କରିଛନ୍ତି, ସେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ମେଲବର୍ନର ସାଉଥ୍‌-ଇଷ୍ଟରେ ଆଇସୋଲେେଟେଡ ଥିବା ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.