Below header

ନଅ ବର୍ଷ ପରେ ଏଥର ରାମନବମୀରେ ପୁଣି ପଡୁଛି ଶୁମ ସଂଯୋଗ, ସବୁ ଇଚ୍ଛା ହେବ ପୂରଣ

ଭଗବାନ ଶ୍ରୀରାମଙ୍କ ଜନ୍ମଉତ୍ସବ ୨୧ ଏପ୍ରିଲବୁଧବାର ଦିନ ଶ୍ରଦ୍ଧା ଏବଂ ଭକ୍ତ ମନରେ ଆନନ୍ଦ ଉଲ୍ଲାସରେ ପାଳନ କରାଯିବ। ନଅ ବର୍ଷ ପରେ ଏଥର ରାମନବମୀରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ହେଉଛି। ତେଣୁ ଏହି ସଂଯୋଗ ଏହି ପର୍ବର ଶୁଭତାକୁ ଅନେକ ଗୁଣା ବଢ଼ାଇ ଦେଉଛି। ଏହାପୂର୍ବରୁ ଏମିତି ଗ୍ରହ ମାନଙ୍କର ସ୍ଥିତି ୨୦୧୩ରେ ହୋଇଥିଲା।

ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁଯାୟୀ ଚଳିତ ବର୍ଷ ୨୧ ଏପ୍ରିଲ ଦିନ ରାମ ନବମୀ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରହିବ। ଅଶ୍ଳେଷା ନକ୍ଷତ୍ର ରାତି ୩.୧୫ ପର୍ଯ୍ୟନ୍ତ ଏବଂ ରାମ ଜନ୍ମର ସମୟ ଯୋଗ ରହିବ। ଭଗବାନ ରାଙ୍କର ଜନ୍ମ ରାମ ନବମୀ ତିଥିରେ ଦ୍ୱିପହର ୧୨ଟା ପରେ କର୍କଟ ରାଶିରେ ହୋଇଥିଲା। ଏଥର ସଂଯୋଗ ସକାଳ ୧୧.୦୫ରୁ ଦ୍ୱିପହା ଗୋଟେ ପର୍ଯ୍ୟନ୍ତ ରହିବ। ଏହାସହିତ ଲଗ୍ନରେ ସ୍ୱଗ୍ରହୀ ଚନ୍ଦ୍ରମା, ସପ୍ତମ ଭାବରେ ସ୍ୱଗ୍ରହୀ ଶନି ଏବଂ ଦଶମ ଭାବରେ ସୂର୍ଯ୍ୟ ବୁଧ ଏବଂ ଶୁକ୍ର ସହିତ ରହିବେ। ରାମ ନବମୀରେ ଏହି ଶୁଭ ସଂଯୋଗ ମାନବ ଜୀବନକୁ ଅଧିକ ସୁଖମୟ କରିଦେବ।

ରାମନବମୀରେ ଜନ୍ମ ନେଇଥିବା ପିଲାଙ୍କର ରାଶି କର୍କଟ ରାଶି ହେବ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁଯାୟୀ ଭଗବାନ ରାମଙ୍କ ରାଶି କର୍କଟ। ଏଥର ରାମନବମୀ ଦିନ ଚନ୍ଦମା କର୍କଟ ରାଶିରେ ରହିବ। ଏଥିପାଇଁ ଯେଉଁ ପିଲା ରାମନବମୀ ଦିନ ଜନ୍ମ ହେବେ ତାଙ୍କର କର୍କଟ ରାଶି ହେବ। କର୍କଟ ରାଶିରେ ଚନ୍ଦ୍ର ସ୍ୱଗ୍ରହୀ ରହିବା ଦ୍ୱାରା ଚଳିତ ବର୍ଷ ରାମନବମୀ ପର୍ବ ଅଧିକ ମଙ୍ଗଳକାରୀ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.