Below header

ଗେହ୍ଲି ଗିରଫ ପରେ ଫିଟୁଛି ଅନେକ ଗୁମର, ଗ୍ୟାଙ୍ଗଷ୍ଟର ହାଇଦରକୁ ଭେଟିବାକୁ ଏକାଧିକ ଥର ଆସିଛି ଏସ୍‌ସିବି

ଜଳେଶ୍ବର: ଗ୍ଲାମର ଗର୍ଲରୁ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡ । ଦିନେ ଥିଲା ଆଲବମ ଦୁନିଆର ନାୟିକା । ଏବେ ସେ ଖଳନାୟିକା । ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ଅର୍ଚ୍ଚନା ପରିଡା ଓରଫ ଗେହ୍ଲି ଗିରଫ ପରେ ଫିଟୁଛି ଅନେକ ଗୁମର । ଗ୍ୟାଙ୍ଗଷ୍ଟର ହାଇଦରକୁ ଏସସିବିରେ ଦେଖା କରିବାକୁ ରୀତିମତ ଆସୁଥିଲା ଗେହ୍ଲି । ଗ୍ୟାଙ୍ଗଷ୍ଟର ହାଇଦରର କ୍ରାଇମ ସିଣ୍ଡିକେଟରେ ରହିଥିଲା ଗେହ୍ଲି । ସେ ଏକାଧିକ ଥର ହାଇଦରକୁ ଏସସିବିରେ ଭେଟିଥିଲା । ଏସସିବିରେ ଅୟସ ଜୀବନ ବିତାଉଥିଲା ହାଇଦର ।

ଗେହ୍ଲି ସହ ଅନ୍ୟ ଦୁଇ ଯୁବତୀ ମଧ୍ୟ ଏସସିବିକୁ ଆସୁଥିଲେ । ଏମିତିକି ହାଇଦର ଫେରାର ପଛରେ ଏମାନେ ସହଯୋଗ କରିଥିଲେ । ଗେହ୍ଲିର ମୋବାଇଲ ଫୋନରୁ ହାଇଦର ବଟି ପାଇଁ ଫୋନ କରୁଥିଲା । ଚାକିରି ପାଇଁ ଗେହ୍ଲି ହାଇଦର ସହ ଯୋଗାଯୋଗରେ ଆସିଥିଲା । ପରେ ତା ଗ୍ୟାଙ୍ଗ୍‌ରେ ସାମିଲ ହୋଇଥିଲା । ହାଇଦର କଟକ ଆସିବା ବେଳେ ତାର ଭେଟ ହେଉଥିଲା । ଏମିତିକି ହାଇଦର ସେବାରେ ଲାଗିଥିଲା ଗେହ୍ଲି । କେବଳ ଗେହ୍ଲି ନୁହେଁ, ଆଉ ଦୁଇ ଜଣ ଯୁବତୀ ହାଇଦରକୁ ବାରମ୍ବାର ଏସସିବିରେ ଭେଟିଥିଲେ ।

ସେମାନଙ୍କୁ ଜେରା କରୁଛି ପୋଲିସ । ଏପରିକି ଷଡଯନ୍ତ୍ରର ମୁଖ୍ୟ କାର୍ପଟଦାର ହାଇଦରର ଧରମ ପୁଅ ଇସ୍ତିୟାଜ୍‌ ଖାନ୍‌ ସହ ମଧ୍ୟ ଏମାନଙ୍କର ସମ୍ପର୍କ ରହିଥିଲା । ହାଇଦର ଫେରାର ବେଳେ ଏମାନେ ତାସହ ଯୋଗାଯୋଗରେ ଥିଲେ । ଗେହ୍ଲି ଓ ଅନ୍ୟ ଯୁବତୀମାନେ ହାଇଦର ସଂସ୍ପର୍ଶରେ କେମିତି ଆସିଲେ ? ହାଇଦର କ୍ରାଇମ ସିଣ୍ଡିକେଟରେ ତିନି ଯୁବତୀଙ୍କ ଭୂମିକା କ’ଣ ? ଗେହ୍ଲି ଓ ଅନ୍ୟ ଯୁବତୀଙ୍କ ଅପରାଧିକ ପୃଷ୍ଠଭୂମି ରହିଛି କି ?ଏସବୁ ତଦନ୍ତ ଚଳାଇଛି ସ୍ପେଶାଲ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.