Below header

ସାରା ଜୀବନ ସୁସ୍ଥ ଓ ନିରୋଗୀ ରହିବାକୁ ଚାଁହୁଥିଲେ ଆଜି ଠୁ ଆରମ୍ଭ କରନ୍ତୁ ଏହି ଚା’

ଆଜିକାଲି ସୁସ୍ଥ ଓ ନିରୋଗ ଜୀବନ କିଏ ନ ଚାହେଁ । ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ମାଧ୍ୟମ ଆପଣାଉଛନ୍ତି । କିଏ ବ୍ଲାକ୍‌ ଟି ତ କିଏ ଗ୍ରୀନ୍‌ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଚା’ ବିଷୟରେ କହିବୁ ଯାହା ଆପଣଙ୍କୁ ସାରା ଜୀବନ ସୁସ୍ଥ ଓ ନିରୋଗୀ ରଖିପାରିବ । ତାହା ହେଉଛି ଲାଲ୍‌ ମନ୍ଦାର ଫୁଲର ଚା’ । ହର୍ବାଲ ଚା’ ମଧ୍ୟରେ ଏହା ବହୁତ ଫେମସ୍‌ । ଏହି ଚା’ ତିଆରି କରିବାକୁ ହେଲେ ଆପଣଙ୍କୁ ଲାଲ୍‌ ମନ୍ଦାର ଫୁଲର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଏହି ଚା’ ପିଇବାର ଫାଇଦା ଓ ଏହାକୁ ପ୍ରସ୍ତୁତ କରିବାର ତରିକା ।

tea
photo credit: punjabkesari.in

ଚା’ ପ୍ରସ୍ତୁତ କରିବାର ତରିକା :

ଏଥିପାଇଁ ଆପଣ ୧/୨ କପ୍‌ ପାଣିରେ କିଛି ଲାଲ୍‌ ମନ୍ଦାର ଫୁଲ ପକାଇ ଫୁଟାନ୍ତୁ । ପାଣି ଅଧା ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ । ଏବେ ଏଥିରେ ୨ ଚାମଚ (ଟି ସ୍ପୁନ୍‌) ମହୁ, ୧ ଚୁଟ୍‌କି କଳା ଲୁଣ ଓ କଳା ମରିଚ ମିଶାନ୍ତୁ । ଧ୍ୟାନ ଯେପରି ରହେ ପାଣିର ରଙ୍ଗ ବଦଳିବା ମାତ୍ରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ । ଏହାକୁ ଦିନରେ ଦୁଇଥର ପିଅନ୍ତୁ ।

tea
photo credit: punjabkesari.in

ଏହି ଚା’ ପିଇବାର ଫାଇଦା :

କ୍ୟାନ୍‌ସର ରୁ ରକ୍ଷା କରିବ : ଏହି ଚା’ ଶରୀରରେ କ୍ୟାନ୍‌ସର ସୃଷ୍ଟି କରୁଥିବା କୋଷିକା ନଷ୍ଟ କରିଥାଏ । ଏହାକୁ ପିଇବା ଦ୍ୱାରା ଆପଣ କ୍ୟାନ୍‌ସରରୁ ରକ୍ଷା ପାଇପାରିବେ ।

ଲିଭର ସୁସ୍ଥ ରଖିଥାଏ : ଏହି ଚା’କୁ ପିଇବା ଦ୍ୱାରା ଆପଣଙ୍କ ଲିଭର ସମ୍ପର୍କିୟ ସମସ୍ୟା ଭଲ ହୋଇଥାଏ । ଏହା ଲିଭରରେ ଥିବା ଅନିଷ୍ଟକାରୀ ଜିନିଷ କାଢ଼ି ଦେଇଥାଏ ।

ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟରାଲ୍‌ କମାଇଥାଏ : ଏହି ଚା’ ଦୈନିକ ପିଇବା ଦ୍ୱାରା ଆପଣଙ୍କ ବ୍ଲଡ୍‌ ପ୍ରେସର କମିବା ସହ କୋଲେଷ୍ଟରାଲ ମଧ୍ୟ ହ୍ରାସ ହୋଇଥାଏ । ଏହାଛଡ଼ା ଡିପ୍ରେସନ ରୁ ମଧ୍ୟ ଏହା ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.