Below header

ଗୁଡ଼ରେ ରହିଛି ଏହି ଚମତ୍କାରୀ ୭ ଗୁଣ, ଥରେ ଜାଣିଲେ ଆଜି ହିଁ ଆରମ୍ଭ କରିଦେବେ ଖାଇବା

ଗୁଡ଼ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ। ଆପଣ ଏହାକୁ ଅନେକ ଉପାୟରେ ଖାଇପାରିବେ। କ୍ଷୀରରେ ଗୁଡ଼ ଏବଂ ହଳଦୀ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟକୁ ଅନେକ ରୋଗରୁ ଦୂରେଇ ରଖିଥାଏ । ଗୁଡ଼ ନା କେବଳ ପାଟିର ଟେଷ୍ଟକୁ ବଦଳାଇବା ପାଇଁ ଖିଆଯାଏ ବରଂ ଏହା ଅନେକ ରୋଗ ସହିତ ମଧ୍ୟ ଲଢ଼ି ଶରୀରକୁ ଏକଦମ୍‌ ଠିକ ରଖିଥାଏ। ଆପଣ ଏହାର ଫାଇଦା ବିଷୟରେ ଥରେ ଜାଣିଲେ ଆଜି ହିଁ ଗୁଡ଼ ଖାଇବା ଆରମ୍ଭ କରିଦେବେ।

ଆୟୁର୍ବେଦ ଡାକ୍ତରଙ୍କ କହିବାନୁଯାୟୀ, ଆଘାତ ପାଇଥିଲେ କିମ୍ବା ଖଣ୍ଡିଆ ଖାବରା ହୋଇଥିଲେ ଗୁଡ଼କୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଯନ୍ତ୍ରଣା କମିବା ସହିତ ସ୍ୱାସ୍ଥ୍ୟ ଜଲଦି ଠିକ ହୋଇଥାଏ। ଦ୍ୱିପହର କିମ୍ବା ରାତିର ଖାଦ୍ୟ ଖାଇବା ପରେ ଅଳ୍ପ ଖାଇ ପାଣି ପିଇଦିଅନ୍ତୁ। ଏପରି କଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଗୁଡ଼ ଖାଇବା ଦ୍ୱାରା ମହିଳାଙ୍କର ମାସିକ ଧର୍ମରେ ହେଉଥିବା ପେଟ ଯନ୍ତ୍ରଣା, ଶାରୀରିକ ପୀଡ଼ା ଆଦିରୁ ଆରାମ ମିଳିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ମଧ୍ୟ ମିଳିଥାଏ।

ଗୁଡ଼ ଖାଇବାର ୭ଟି ଫାଇଦା

  • ଗୁଡ଼ ଖାଇବା ଦ୍ୱାରା ରକ୍ତ ପରିଷ୍କାର ରହିଥାଏ।
  • ଗୁଡ଼ ଖାଇବା ଦ୍ୱାରା ପାଚନ କ୍ରୀୟା ସହ ଜଡିତ ସମସ୍ୟା ଦୂର ହୋଇଥାଏ।
  • ଗୁଡ଼ ଖାଇବା ଦ୍ୱାରା ପେଟରେ ଗ୍ୟାସ ମଧ୍ୟ ହୋଇନଥାଏ।
  • ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଦୂରେଇ ରଖେ ଗୁଡ଼। ପ୍ରତିଦିନ ଗୁଡ଼କୁ ଅଦା ସହିତ ମିଶାଇ ଖାଆନ୍ତୁ। ଏପରି କରିବା ଦ୍ୱାରା ଗଣ୍ଠି ମଜବୁତ୍‌ ରହିବା ସହିତ ଯନ୍ତ୍ରଣା ମଧ୍ୟ ହୋଇନଥାଏ।
  • ଗୁଡ଼ ଖାଇବା ଦ୍ୱାରା କେଶ ଭଲ ରହିଥାଏ ଏବଂ ତ୍ୱଚା ମୁଲାୟମ ହୋଇଥାଏ। ବ୍ରଣ ମଧ୍ୟ ଠିକ ହୋଇଯାଇଥାଏ।
  • ଗର୍ଭବତୀ ମହିଳା ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ଏନିମିଆ ରୋଗ ହୋଇନଥାଏ।
  • ମାଂସପେଶୀକୁ ମଜବୁତ କରିବା ପାଇଁ ଆପଣ ପ୍ରତିଦିନ ଏକ ଗ୍ଲାସ କ୍ଷୀରରେ ଗୁଡ଼କୁ ମିଶାଇ ପିଅନ୍ତୁ।
  • ଶ୍ୱାସ ବା ଆସ୍ଥମା ସମସ୍ୟା ଥିଲେ ଘରେ ଗୁଡ଼ ଏବଂ କଳା ରାଶିର ଲଡୁ ବନାଇ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.