ଅଫିସ ଯିବା ବେଳେ ଯଦି ଅଧିକ ସମୟ ପାଉ ନାହାଁନ୍ତି, ତେବେ ଚାଉଳ ଗୁଣ୍ଡରେ ବନାନ୍ତୁ ଏପରି ବ୍ରେକ୍‌ଫାଷ୍ଟ, ୫ ମିନିଟରେ ହୋଇଯିବ ପ୍ରସ୍ତୁତି

ସକାଳ ବ୍ରେକଫାଷ୍ଟ ଦିନସାର ଶକ୍ତି ଯୋଗାଇଥାଏ । ଘରର କାର୍ଯ୍ୟ ବ୍ୟସ୍ତତା ଯୋଗୁ ଆମେ ସାଧାରଣତଃ ବ୍ରେକଫାଷ୍ଟ ଉପରେ ବିଶେଷ ଧ୍ୟାନ ଦେଇ ନଥାଉ । ଅଫିସ ଯିବା ବିଳମ୍ବ ହୋଇଯିବା ନେଇ ଅନେକ କମ ସମୟରେ କି ବ୍ରେକଫାଷ୍ଟ ତିଆରି କରିବେ, ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥାନ୍ତି । ହେଲେ ଆଜି ଆମେ ଆପଣଙ୍କ ପାଇଁ ଅତି କମ ସମୟରେ ବ୍ରେକଫାଷ୍ଟ ତିଆରି କଲା ଭଳି ଖାଦ୍ୟ ସମ୍ପର୍କରେ କହିବୁ । ଯାହାକୁ ମାତ୍ର ୫ ମିନିଟରେ ତିଆରି କରି ପାରିବେ । ଯାହାର ନାମ ରଖାଯାଇଛି ରଓ୍ଵା ଉତପା ବା ଚାଉଳ ଚୁନା କିମ୍ବା ସୂଜିରେ ଉତପା ।

ସାମଗ୍ରୀ

• ୨ କପ୍‌ ଚାଉଳ ଗୁଣ୍ଡ ବା ସୂଜି
• ଅଧା କପ ଦହି
• ୨ ଖଣ୍ଡ କଟା ପିଆଜ
• ୨-୩ କଞ୍ଚା ଲଙ୍କା
• ସରୁ କଟା ଗୋଟିଏ ଗାଜର
• କଟା ଧନିଆପତ୍ର
• ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ବିଧି

ଚାଉଳ ଗୁଣ୍ଡରେ ଦହି ଓ ପାଣି ମିଶାଇ ଗାଢ଼ ଘୋଳ ବନାଇ ୧୫ ମିନିଟ ଯାଏ ଛାଡି ଦିଅନ୍ତୁ । ଏଥିରେ ପିଆଜ, କଞ୍ଚା ଲଙ୍କା, ଗାଜର ଓ ଧନିଆ ପତ୍ର ମିଶାଇ ଦିଅନ୍ତୁ । ସ୍ୱାଦ ଅନୁସାରେ ଏଥିରେ ଲୁଣ ମିଶାନ୍ତୁ । ଏବେ ନନ୍‌ ଷ୍ଟିକ ତାଓ୍ଵାରେ ତେଲ ପକାଇ ଏହାକୁ ଢ଼ାଳି ଦିଅନ୍ତୁ । କିଛି ସମୟ ଘୋଡାଇବା ପରେ ଏହାକୁ କାଢ଼ି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରଓ୍ଵା ଉତପା । ଗରମ ଗରମ ଚଟନୀ ବା ସସ୍‌ ସଂଗେ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.