ଆପଣାନ୍ତୁ ଏହି ସବୁ ଉପାୟ, ଦୂର କରନ୍ତୁ କ୍ୟାନସର ହେବାର ଭୟ

କ୍ୟାନସର ଏଭଳି ଏକ ରୋଗ ଯାହା ଦିନକୁ ଦିନ ଲୋକଙ୍କୁ ତା କବଳରେ କରିବାରେ ଲାଗିଛି। ଆଜିକାଲି ତ ଏହା ସାଧାରଣ ରୋଗ ହୋଇଗଲାଣି। ଥଣ୍ଡା, ଜ୍ୱର ଭଳି ପ୍ରତି ଲୋକଙ୍କୁ ଏହା ଗ୍ରାସ କରିବାରେ ଲାଗିଛି। ଏଥିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ସବୁ ଉପାୟ ଏବଂ ଦୂର କରନ୍ତୁ କ୍ୟାନସର ହେବାର ଭୟ।

ୱେଟଲିଫ୍ଟଂ କରନ୍ତୁ :

12

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୱେଟଲିଫ୍ଟିଂ କରିବା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ। ପ୍ରତିଦିନ ଏପରି କରିବା ଦ୍ୱାରା କ୍ୟାନସର ହେବାର ଭୟକୁ ଦୂର କରିପାରିବେ। ଏହାଛଡା ୱେଟଲିଫ୍ଟିଂ କରୁଥିବା ଲୋକ ସାମାନ୍ୟ ଲୋକଙ୍କୁ କ୍ୟାନସର ହେବା ତୁଳନାରେ ୨୫ ପ୍ରତିଶତ କମ୍‌ ରହିଥାଏ। କିଡନୀ ଜନିତ କ୍ୟାନସରରୁ ଆପଣ ନିଜକୁ ସୁରକ୍ଷିତ ଚାହୁଁଥିଲେ ପ୍ରତିଦିନ ୱେଟଲିଫ୍ଟିଂ କରନ୍ତୁ। ଏପରି କଲେ ଇନସୁଲିନ ଏବଂ ଗ୍ଲୁକୋଜର ସନ୍ତୁଳନ ରହିଥାଏ। ବ୍ଲଡ ସୁଗାର ମଧ୍ୟ ନିୟନ୍ତିତ ରହିଥାଏ।

ପ୍ରଚୁର ପାଣି ପିଅନ୍ତୁ :

5

ପାଣି ପିଇବା ଦ୍ୱାରା ଅନେକ ଫାଇଦା ରହିଥାଏ, ଏହା ଆପଣ ନିଶ୍ଚିତ ଭାବେ ଜାଣିଥିବେ। ପାଣି ପିଇବା ଦ୍ୱାରା ଶରୀରୁ ବିଷାକ୍ତ ପଦାର୍ଥ ବାହାରିଯାଏ ଏବଂ କ୍ୟାନସର କମ୍‌ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅଧିକ ପାଣି ପିଇବା ଆପଣଙ୍କୁ ମୂତ୍ରାଶୟ କ୍ୟାନସରରୁ ରକ୍ଷା କରିବ । ପ୍ରଚୁର ପାଣି ପିଇବା ଦ୍ୱାରା ଶରୀରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟରେ ଶରୀରରୁ ବାହାରିଯାଏ।

ଏହାସହ ପଢ଼ନ୍ତୁ ; ରାତିରେ ଗାଡି ଚଲାଇବା ବେଳେ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ, ଦୁର୍ଘଟଣାରୁ ବଞ୍ଚିଯାଇପାରେ ଆପଣଙ୍କ ଜୀବନ

1

ଖାଇବା ଏବଂ ଶୋଇବା ମଧ୍ୟରେ ରଖନ୍ତୁ ପାର୍ଥକ୍ୟ :

ପ୍ରତିଦିନ ନିୟମିତ ସମୟରେ ଖାଇବା ଏବଂ ଶୋଇବା ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ଲୋକ ଖାଇବା ଏବଂ ଶୋଇବା ମଧ୍ୟରେ ୨ ଘଣ୍ଟାର ପାର୍ଥକ୍ୟ ରଖିଥାନ୍ତି, ସେମାନେ ସ୍ତନ କ୍ୟାନସର ଏବଂ ପ୍ରୋଟେଷ୍ଟ କ୍ୟାନସର ହେବାରୁ ବଞ୍ଚାଇଥାଏ।

Leave A Reply

Your email address will not be published.