Below header

ଆପଣ ଆର୍ଥ୍ରାଇଟିସ୍ ରୋଗରେ ପୀଡିତ କି? ତେବେ ପ୍ରତିଦିନ ଖାଆନ୍ତୁ ଏହି ପରିବା, ମିଳିବ ଆଶ୍ବସ୍ତି 

ମୁଖ୍ଯତଃ ୟୁରିକ୍ ଏସିଡ୍ ବୃଦ୍ଧି ହେଲେ ଆର୍ଥ୍ରାଇଟିସ୍ ଭଳି ରୋଗ ଶରୀରକୁ ଗ୍ରାସ କରିଥାଏ। ଯେଉଁ କାରଣରୁ ଶରୀରର ଗଣ୍ଠିମାନଙ୍କରେ ଛୋଟ ଛୋଟ କ୍ରିଷ୍ଟଲ୍ ଜମା ହେବା ଆରମ୍ଭ ହୁଏ ଯାହା ପରବର୍ତ୍ତୀ ସମୟରେ ଏକ ଆର୍ଥ୍ରାଇଟିସ୍ ରୂପ ନେଇଥାଏ । ଏହା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା ସୃଷ୍ଟି କରେ।

ଭୁଲ ଖାଦ୍ୟ-ପେୟ, ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି କରିବା ସହିତ ହାଡ ସହ ଜଡିତ ସମସ୍ୟା ହେତୁ ଲୋକମାନେ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ଏହି ରୋଗରୁ ଆଶ୍ବସ୍ତି ମିଳିବା ପାଇଁ ପ୍ରତିଦିନ ଖାଆନ୍ତୁ ଟମାଟୋ।

pain
credit image: diabetes UK

ଖାଇବା ପ୍ରଣାଳୀ:

. ପ୍ରତିଦିନ ସକାଳେ ଖାଲି ପେଟରେ ୧ ଗ୍ଲାସ୍ ଟମାଟୋ ରସ ପିଅନ୍ତୁ।

. ଟମାଟୋରେ ଥିବା ଆଲଫା-ଲିପୋଏକ୍ ଏସିଡ୍, ଲାଇକୋପିନ୍, ଫୋଲିକ୍ ଏସିଡ୍ ଏବଂ ବିଟା-କାରୋଟିନ୍ ପ୍ରୋଷ୍ଟେଟ୍ କର୍କଟ ରୋଗରୁ ରକ୍ଷା କରିଥାଏ।

. ପୋଟାସିୟମ୍ ଯୁକ୍ତ ଟମାଟୋ ଖାଇବା ଦ୍ୱାରା ମଧ୍ୟ ହୃଦ୍ ରୋଗରୁ ରକ୍ଷା ମିଳିଥାଏ ।

. ଟମାଟୋକୁ ନିୟମିତ ଖାଇବା ଦ୍ୱାରା ମଧୁମେହ, ଆଖି ରୋଗ, କ୍ରନିକ କୋଷ୍ଠକାଠିନ୍ୟ ଏବଂ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ।

.ଟମାଟରରେ ଭିଟାମିନ୍ ସି, ଲାଇକୋପିନ୍, ପୋଟାସିୟମ୍ ରହିଥିବା ଫଳରେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

-ଆର୍ଥ୍ରାଇଟିସ୍ ପାଇଁ ଟମାଟୋ ବେଶ୍ ଉପକାରୀ ।

– ଟମାଟୋ ରସରେ ଜୁଆଣୀ ମିଶାଇ ପ୍ରତିଦିନ ପିଇବା ଦ୍ୱାରା ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.