ଟିକା ନେଲେ ମିଳିବ ପୁରସ୍କାର ! ବିଜ୍ଞାପନ ସାଇଟରେ ଫଟୋ ସେୟାର କରିବାରେ ବ୍ଯସ୍ତ ଲୋକେ

ନୂଆଦିଲ୍ଲୀ: ୧ ମାର୍ଚ୍ଚ ୨୦୨୧ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ମାତ୍ ଦେବାକୁ ଟିକାକରଣ ନେଇ ଲକ୍ଷ ଲକ୍ଷ ଯୋଗ୍ୟ ନାଗରିକଙ୍କ ମନରେ ଶକ୍ତି ପ୍ରଦାନ କରିଥିଲେ । ଏହାପରେ ପଞ୍ଜୀକରଣ କରିବାକୁ କିଛି ଲୋକ ଆଗେଇ ଆସିଥିବା ବେଳେ, ଅନେକ ଲୋକ ଟିକାକୁ ନେଇ ଆସୁଥିବା ଅନେକ ଭୁଲ୍ ତଥ୍ଯର ବଶବର୍ତ୍ତୀ ହୋଇ ପଛଘୁଞ୍ଚା ଦେଇଥିଲେ। ଯେଉଁଥିପାଇଁ ସରକାର ଲୋକଙ୍କୁ ଟିକା ପ୍ରତି ଆକ୍ରୁଷ୍ଟ କରିବା ପାଇଁ ଟୀକାକରଣ ଉତ୍ସବ ପାଳନ କରିବାକୁ ଘୋଷଣା କରିବ ସହିତ, ପ୍ରଲୋଭନ ଦେଖାଇଥିଲେ।

ଯେଉଁଥିରେ ଟିକା ଦାନ ସମୟର ଫଟୋ ସେୟାର କଲେ ୫ହଜାର ଟଙ୍କାର ପୁରସ୍କାର ରାଶି ମିଳିବା ନେଇ ପ୍ରଚାର କଲେ। ଯାହାର ବିଜ୍ଞାପନ ‘ମାଇଁ ଗଭମେଣ୍ଟ ପୋଟାଲ୍’ ସାଇଡରେ ମଧ୍ଯ ପ୍ରକାଶ ପାଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଟିକାକରଣକୁ ନେଇ ଆଗ୍ରହ ବଢିଥିଲା। ଆଉ ଆଜି ପରିସ୍ଥିତିରେ ଦେଖିବାକୁ ମିଳିଛି ଟିକାର ଅଭାବ । ହେଲେ ଅନ୍ଯପଟେ ଏହି ତଥ୍ଯ କେତେ ଦୁର ସତ ତାହାର କୌଣସି ପ୍ରମାଣ ମିଳିପାରିନାହିଁ କି, ପୁରସ୍କାର ପାଇଥିବା ବ୍ଯକ୍ତି ମଧ୍ଯ ଏଯାଏ ସାମ୍ନାକୁ ଆସିନାହିଁନ୍ତି। ଯାହାକୁ ନେଇ ବିଭିନ୍ନ ଲୋକ ଉକ୍ତ ବିଜ୍ଞାପନ ସାଇଟରେ ନିଜର ଫଟୋ ସେୟାର କରି ପ୍ରତିକ୍ରିୟା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.