ଶୀତଦିନେ ତୁଳସୀ ଓ କେସରର ବ୍ୟବହାର ଦେଇଥାଏ ଚମତ୍କାରୀ ଫାଇଦା, ଏହିସବୁ ସମସ୍ୟାରୁ ପାଇବେ ମୁକ୍ତି

ଶୀତଦିନେ ଆମକୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ଆମ ତ୍ୱଚାର ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ । ସେଥିପାଇଁ ଆମକୁ ଏପରି କିଛି ଜିନିଷ ବାଛିବାକୁ ପଡିବ ଯାହା ପ୍ରାକୃତିକ । ପ୍ରକୃତିର ଏହି ଉପହାର ମଧ୍ୟରୁ ଗୋଟିଏ ହେଉଛି ତୁଳସୀ ଓ ଅନ୍ୟଟି କେସର । ଏହି ଦୁଇ ପ୍ରାକୃତିକ ଜିନିଷ ଆମସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ଅଟନ୍ତି । ତାହେଲେ ଆସନ୍ତୁ ଜାଣିବା ଏହା ଶରୀରକୁ କେଉଁ ପ୍ରକାରର ଲାଭ ପହଂଚାଇଥାଏ ।

Image result for basil and kesar

  • କେସର ଓ ତୁଳସୀର ପ୍ରକୃତି ହେଉଛି ଗରମ । ସେଥିପାଇଁ ଥଣ୍ଡାଦିନରେ ଏହାର ବ୍ୟବହାର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଗରମ କ୍ଷୀର ସହିତ ଏହାକୁ ମିଶାଇ ପିଇଲେ ଥଣ୍ଡା ସର୍ଦ୍ଦି ସହିତ ଅନେକ ପ୍ରକାର ରୋଗ ଦୂର ହୋଇଥାଏ ।
  • ତୁଳସୀ ଓ କେସର ତ୍ୱଚାକୁ ନ୍ୟାଚୁରାଲ ଗ୍ଲୋ କରିବାରେ ସାହାଯ୍ୟ କରିଥାନ୍ତି । କେସର ରଙ୍ଗକୁ ଗୋରା କରିବା ସହିତ ତ୍ୱଚାରେ ଚମକ ଆଣିଥାଏ ଏବଂ ତୁଳସୀ ତ୍ୱଚା ଭିତର ସଫାକରି ଦାଗ ଇତ୍ୟାଦି ଦୂର କରିବାରେ ସାହାଯ୍ୟ କରିଥାଏ ।

Image result for basil and kesar

  • ଶରୀରରେ ହେଉଥିବା କମ୍ପନକୁ ସନ୍ତୁଳିତ କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କେସର ଏବଂ ତୁଳସୀର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ ।
  • ମହିଳାମାନଙ୍କ ଠାରେ ହେଉଥିବା ରୋଗପାଇଁ ତୁଳସୀ ଓ କେସର ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ଏହାର ମାତ୍ରା ଯେପରି ଶରୀରରେ ସୀମିତ ରହିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ।
  • ତୁଳସୀ ଓ କେସର ଏକ ବହୁତ ଭଲ ବ୍ଲଡ଼ ପ୍ୟୁରିଫାୟାର ଅଟନ୍ତି । ଏମାନେ ଶାରୀରିକ, ମାନସିକ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ସମୂଳେ ନାଶ କରିଥାନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.