Below header

ବୈବାହିକ ଜୀବନରେ ସୁଖଶାନ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ଜାଣନ୍ତୁ କ’ଣ

ବିବାହ ଏକ ପବିତ୍ର ବନ୍ଧନ। ଚଳିତବର୍ଷ ଅନେକଙ୍କର ବିବାହ ହୋଇଥିବା ବେଳେ ଆସନ୍ତାବର୍ଷ ମଧ୍ୟ ଅନେକ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏହି ପବିତ୍ର ସମ୍ପର୍କକୁ ସଫଳ କରିବା ପାଇଁ ପରସ୍ପର ମଧ୍ୟରେ ଭଲପାଇବା, ବିଶ୍ବାସ ଏବଂ ସମ୍ମାନ ରହିବା ନିତାନ୍ତ ଜରୁରୀ। ତେବେ କେମିତି ନବବିବାହିତ ଜୀବନକୁ ସଫଳ ଏବଂ ସୁଖମୟ କରିବେ, ତାହା ପାଇଁ ନିଶ୍ଚିତ ଫଲୋ କରନ୍ତୁ ଏହି ବାସ୍ତୁ ଟିପ୍ସ:

– ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ନବ ବିବାହିତଙ୍କ ବେଡରୁମ ପଶ୍ଚିମ, ଦକ୍ଷିଣ କିମ୍ବା ପଶ୍ଚିମ ଦକ୍ଷିଣ ଦିଗରେ ରହିଲେ ଶୁଭ ହୋଇଥାଏ। ଏହାଛଡା ବେଡରୁମରେ ବେଡ୍ ର ମୁଣ୍ଡପଟ ଦକ୍ଷିଣ ଦିଗରେ ହେବା ଦରକାର। ଏମିତି କରିବା ଦ୍ବାରା ପ୍ରେମ ବଢ଼ିଥାଏ ଏବଂ ଘରେ ସକରାତ୍ମକ ଶକ୍ତି ରହିଥାଏ।

– ନବ ବିବାହିତଙ୍କ ପାଇଁ କାଠର ବେଡ୍ ଶୁଭ ହୋଇଥାଏ। ତେଣୁ କେବେ ବି ମେଟାଲ କିବା ଅନ୍ଯ ଜିନିଷରେ ପ୍ରସ୍ତୁତ ବେଡ ବ୍ଯବହାର କରନ୍ତୁ ନାହିଁ।

bed

– ରୁମରେ ବେଡ ସବୁବେଳେ ଏମିତି ଦିଗରେ ରହିବା ଦରକାର, ଯେଉଁଠି ବେଡ ଉପରେ ଯେମିତି ସିଧାସଳଖ ସୂର୍ଯ୍ଯକିରଣ ନ ପଡିବ। ଏହାସହିତ ବେଡ ଉପରେ କୌଣସି ଲାଇଟ୍ ଲାଗିନଥିବ ସେକଥା ଧ୍ୟାନରେ ରଖନ୍ତୁ।

– ବାସ୍ତୁ ଶାସ୍ତ୍ର ଅନୁସାରେ ବେଡରୁମରେ ସବୁବେଳେ ହାଲକା୍ ରଙ୍ଗ ଗୋଲାପୀ, ଆକାଶିଆ, ନାରଙ୍ଗୀ ରଙ୍ଗ ଶୁଭ ହୋଇଥାଏ।

– ବେଡରୁମରେ କେବେ ବି ଆଇନା ଲଗାଇବା ଉଚିତ ନୁହେଁ। ଏମିତି କଲେ ରୁମରେ ନକରାତ୍ମକ ଉର୍ଜା ଆସିଥାଏ। ବେଡରୁମରେ ଆଇନା ଲଗାଇଲେ ବାସ୍ତୁ ଦୋଷ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.