Below header

ବୟସ ମାତ୍ର ୩ ବର୍ଷ କିନ୍ତୁ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ହାସଲ କଲେ ଇଣ୍ଡିଆ ବୁକ ଅଫ ରେକର୍ଡ ମେଡାଲ

କେନ୍ୟୁଜ ବ୍ୟୁରୋ :  ବୟସ ମାତ୍ର 3 ବର୍ଷ କିନ୍ତୁ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ ଯୋଡ଼ିପାରିଛନ୍ତି ଏହି 3 ବର୍ଷର ବିସ୍ମୟ ଶିଶୁ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଂଚାୟତ କାଇମାଟିଆର ବିସ୍ମୟ କନ୍ୟା ସୋହିନୀ ନାୟକ । ବୟସ ମାତ୍ର ୩ବର୍ଷ ୭ମାସ । ଖେଳିବା ବୁଲିବା ବୟସ ,କିନ୍ତୁ ପାଖରେ ରହିଛି ଅଗାଧ ଜ୍ଞାନର ଭଣ୍ଡାର । କହିପାରୁଛି ୧୬୩ ଦେଶର ନାଁ, ବିଭିନ୍ନ ଦେଶର ଜାତୀୟ ପତକା ତା ସାଙ୍ଗକୁ ସୈାର ମଣ୍ଡଳ ଏବଂ ଶରୀର ଅଙ୍ଗପ୍ରତ୍ୟେଙ୍ଗ ଆହୁରି କେତେ କଣ । ଏନେଇ ନିକଟରେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ସେ ଓଡିଶା ପାଇଁ ଆଣିଦେଇଛି ଗୈାରବ ।

୩ ବର୍ଷୀୟା ସୋହିନୀଙ୍କୁ ଯିଏ ବି ଭେଟୁଛି ଆଶ୍ଚର୍ଯ୍ୟ ହେଇଯାଉଛି । ଏତେ କମ ବୟସରେ ଏତେ ଜ୍ଞାନ ଦେଖି ସମସ୍ତେ ବିଶ୍ୱାସ କରିପାରୁନାହାନ୍ତି । ସୋହିନୀର ଏହି ଚତ୍ମକାରିତା ପଛରେ ତାଙ୍କ ମା ରଂଜନା ରାଣୀ ଦାସ ଏବଂ ବାପା କମଲେନ୍ଦୁ ନାୟକଙ୍କର ମଧ୍ୟ ବହୁତ ବଡ ଅବଦାନ ରହିଛି । ମା ଜଣେ ଉଚ୍ଚ ଶିକ୍ଷିତା ମହିଳା । ସେ ସୋହିନୀଙ୍କର ଏହି ପ୍ରତିଭାକୁ ପାଇଁ ବେଶ ଉତ୍ସାହିତ କରନ୍ତି । ଖାଲି ମା’ ନୁହେଁ ଜେଜେମା’ ମଧ୍ୟ ଝିଅକୁ ବହୁତ ସହେଯାଗ କରିଥାନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡ ମେଡାଲ ପାଇଲା ପରେ ସୋହିନୀ ଏବେ ଗିନିଜ ଓାଲଡ ଅଫ ରେକର୍ଡ ରେ ସ୍ଥାନ ପାଇବାକୁ ଚେଷ୍ଟା ଚଲାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.