କେନ୍ଦ୍ର ସରକାର ଲଞ୍ଚ କଲେ ନୂଆ ଡିଜିଟାଲ ପେମେଣ୍ଟ ଆପ DakPay, ଜାଣନ୍ତୁ କଣ ସବୁ ରହିଛି ଫାଇଦା

ଭାରତୀୟ ଡାକ ବିଭାଗ ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ସ ମିଳିତ ଭାବରେ ଏକ ନୂଆ ଡିଜିଟାଲ ପେମେଂଟ ଆପ DakPay ଲଂଚ କରିଛନ୍ତି । ଆଜି ଏହି ଆପର ଲଂଚିଙ୍ଗ ଭରଚୁଆଲ ମାଧ୍ୟମରେ ହୋଇଥିବା ବେଳେ ଏହି ଅବସରରେ ସୂଚନା ଓ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ରିପୋର୍ଟରୁ ଜଣାଯାଇଛିକି, DakPay କେବଳ ଏକ ଡିଜିଟାଲ ପେମେଂଟ ଆପ ନୁହେଁ, ଏହା ମାଧ୍ୟମରେ ବ୍ୟାଙ୍କ ତଥା ଡାକ ବିଭାଗ ସହ ଜଡିତ ଅନ୍ୟାନ ସେବା ମଧ୍ୟ ସହଜରେ ମିଳିପାରିବ । ଅନ୍ୟ ଡିଜିଟାଲ ପେମେଂଟ ପରି ଏହି ଆପରେ ବି କ୍ୟୁଆର କୋଡ଼ ସ୍କାନ କରିବା ବ୍ୟବସ୍ଥା ରହିଛି ।

କେମିତି କାମ କରେ Dak Pay ଆପ ?

ଏହି ଆପକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ଼ କରିପାରିବେ । ଡାଉନଲୋଡ଼ କରିବା ପରେ ନିଜ ନାଁ, ମୋବାଇଲ ନମ୍ବର, ପିନ କୋଡ଼ ଆଦି ଦେଇ ଏହି ଆପରେ ନିଜର ଏକ ପ୍ରୋଫାଇଲ ତିଆରି କରିବେ । ଏହା ପରେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆପ ସହ ଲିଙ୍କ କରିବାକୁ ହେବ ।

ଯଦି ଚାହିଁବେ ତାହେଲେ ଏକ ରୁ ଅଧିକ ବ୍ୟାଙ୍କକୁ ବି ଏହି ଆପ ସହ ଲିଙ୍କ କରାଇପାରିବେ । ଏହା ପରେ ୟୁପିଆଇ ବା ଅନ୍ୟକୌଣସି ଜରିଆରେ ଟଙ୍କା ଟ୍ରାନ୍ସ୍ଫର କରିପାରିବେ । ଜଣାଇଦେବା ଉଚିତ ହେବକି, ଏହି ଆପରେ ବି ଆପଣଙ୍କୁ ୟୁପିଆଇ ଆପ ପରି ଚାରି ଅଙ୍କ ଵିଶିଷ୍ଟ ଏକ ପିନ ତିଆରି କରିବାକୁ ହେବ । ଆଉ ଏହା ଜରିଆରେ କୌଣସି ସାଧାରଣ ଦୋକାନ ଠାରୁ ଆରମ୍ଭ କରି ସପିଙ୍ଗ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.