ଦହି ଖାଇବା ପସନ୍ଦ କି ? ତେବେ ପଢି ରଖନ୍ତୁ ଏହି ରିପୋର୍ଟ

ଖରାଦିନେ ଅଧିକାଂଶ ଲୋକ ଦହି ଖାଇବାକୁ ପସନ୍ଦ କରନ୍ତି । ସେ ଦିନ ଖାଇବା ହେଉ କିମ୍ବା ସକାଳ ଜଳଖିଆ ହେଉ, ସେମାନଙ୍କର ଦିନରେ ଗୋଟିଏ ଗିନା ଦହି ଯେମିତି ହେଲେ ଦରକାର | । ଦହିରେ ପ୍ର ବାୟୋଟିକ ବ୍ୟାକ୍ଟେରିଆ ଥିବାରୁ ଶରୀର ପାଇଁ ନିଶ୍ଚିତ ରୂପେ ଉପାଦେୟ | କିନ୍ତୁ ଆପଣ ଜାଣନ୍ତି କି ଦହି କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ସେମାନେ ଦହି ଠାରୁ କିଛିଟା ଦୂରତା ବଜାୟ ରଖିବା ଉଚିତ । ସେମାନଙ୍କୁ ଏଥିରୁ ନିଜକୁ ଦୂରେଇ ରଖିବାକୁ ପଡିବ । ନଚେତ୍ ଆପଣଙ୍କର ସମସ୍ୟା ଆଗକୁ ଆହୁରି ବଢିପାରେ । ଆଜ୍ମା ଏବଂ ଏସିଡିଟି ରୋଗୀଙ୍କ ପାଇଁ ଏହା ଅଧିକ ଖରାପ ହୋଇଥାଏ । ତେବେ ଆସନ୍ତୁ ସେ ବିଷୟରେ ଜାଣି ରଖିବା ।

– ଦହିରେ ଭିଟାମିନ୍, କ୍ୟାଲସିୟମ୍, ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ଯାହା ପେଟ ଜନିତ ସମସ୍ୟା, ଉଚ୍ଚ ରକ୍ତ ଚାପ ତଥା ଅନେକ ରୋଗକୁ ହ୍ରାସ କରିବାରେ ସହାୟକ ହୋଇଥାଏ | କିନ୍ତୁ ଯେଉଁମାନଙ୍କର ନିଶ୍ୱାସ ନେବା ଜନିତ ସମସ୍ୟା ଥାଏ | ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ପଡିବ । ଆପଣ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ନହେଲେ ଏହା ସମସ୍ୟା ସୃଷ୍ଟି କରିବ ।

curd image
image credit- NDTV.com

 

–ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଏସିଡିଟି ତଥା ଅମ୍ଳତା ସମସ୍ୟା ରହିଥାଏ । ଯାହା ବି ଟିକେ ଖାଇଲେ ଅମ୍ଳତା ସମସ୍ୟା ଦେଖାଦିଏ | ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ପଡେ । କାହିଁକି ନା ଆପଣଙ୍କର ସମସ୍ୟା ବଢିପାରେ । ଏହି ଲୋକମାନେ ଦହିକୁ ସଠିକ୍ ଭାବରେ ହଜମ କରି ପାରି ନଥାନ୍ତି । ଯାହା ଫଳରେ ବାନ୍ତି ହୋଇଥାଏ।

–ଆର୍ଥ୍ରାଇଟିସ୍ ସମସ୍ୟା ଥିଲେ ଆପଣ ସୀମିତ ପରିମାଣରେ ଦହି ଖାଇବା ଉଚିତ୍ । କାରଣ ଏହା ଆପଣଙ୍କ ସମସ୍ୟାକୁ ବଢାଇ ପାରେ । ଏପରି ପରିସ୍ଥିତିରେ ରୋଗୀମାନେ ସପ୍ତାହରେ ଥରେ ଦହି ଖାଇବା ଉଚିତ୍ । ଏହି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.