Below header

ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର, ଜାମୁକୋଳି ମଞ୍ଜିରେ ତିଆରି ପାଉଡର, କଣ୍ଟ୍ରୋଲ କରିଥାଏ ବହୁ ରୋଗ

ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର ଜାମୁକୋଳି ମଞ୍ଜିରେ ତିଆରି ପାଉଡର | ଏହା ଡାଇବେଟିସ ସହ ବହୁ ରୋଗ କଣ୍ଟ୍ରୋଲ କରିଥାଏ | ଗରମ ଦିନରେ ଆପଣଙ୍କୁ ଜାମୁକୋଳି ଖାଇବା ନିହାତି ଜରୁରୀ | ମଧୁମେହ ରୋଗୀମାନଙ୍କ ପାଇଁ ଜାମୁ କୋଳି ଏବଂ ଏହାର ମଞ୍ଜିରୁ ତିଆରି ପାଉଡର ବହୁତ ଲାଭଦାୟକ ହୋଇଥାଏ | ଖରା ଦିନେ ଜାମୁକୋଳି ଖୁବ ମିଳିଥାଏ |

ଆୟୁର୍ବେଦରେ ଜାମୁ ଏବଂ ଏହାର ମଞ୍ଜି ,ପତ୍ର ଏବଂ ଛାଲ  ବହୁତ ପ୍ରକାର ଔଷଧରେ ଉପଯୋଗ କରାଯାଇଥାଏ | ବିଶେଷକରି ଡାଇବେଟିସ ରୋଗୀଙ୍କ ପାଇଁ ଜାମୁ ବହୁତ ଲାଭଦାୟକ ହୋଇଥାଏ | ଜାମୁ କୋଳି ଖାଇବା ଦ୍ୱାରା ବ୍ଲଡ଼ ସୁଗାର କଣ୍ଟ୍ରୋଲରେ ରହିଥାଏ ଏବଂ ମଞ୍ଜିରେ ତିଆରି ପାଉଡର ଖାଇବା ଦ୍ୱାରା ଡାଇବେଟିସ ସହିତ ଜଡିତ ବହୁ ସମସ୍ୟା ଦୂର ହୋଇଥାଏ |

ଜାମୁକୋଳିର ଲାଭ –

1- ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ |

2- ଜାମୁର ଛାଲକୁ କାଢା ତିଆରି କରି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ବଦ ହଜମି ଭଳି ସମସ୍ୟା ହୋଇନଥାଏ |

3- ଜାମୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବଢିଥାଏ |

4- ଜାମୁକୋଳି ଖାଇବା ଦ୍ୱାରା ଶରୀରରେ ରକ୍ତର ସ୍ତର ବଢିଥାଏ ଏବଂ ରକ୍ତ ହୀନ ଅଭାବ ପୁରା ହୋଇଥାଏ |

5- ଷ୍ଟୋନ ସମସ୍ୟା ହୋଇଥିଲେ ଜାମୁକୋଳି ମଞ୍ଜିର ପାଉଡର ତିଆରି କରି ଦହିରେ ମିଶାଇ ଖାଇଲେ ଆରମ୍ ମିଳିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.