AMOLED ଡିସ୍ପ୍ଲେ ସହିତ Poco ଲଞ୍ଚ କରିବ ଏହାର ପ୍ରଥମ ସ୍ମାର୍ଟୱାଚ୍, ରହିଛି ଦମଦାର ଫିଚର୍

ନିଜର କମ୍ପାନୀ ଫୋନ୍ ଓ ଲ୍ୟାପଟପ୍ ଲଞ୍ଚ କରିବା ପରେ ନିଜର ସ୍ମାର୍ଟୱାଚ୍ ମଧ୍ୟ ମାର୍କେଟରେ ଲଞ୍ଚ କରିବା ପାଇଁ ଇଚ୍ଛା କରୁଛନ୍ତି ଅନେକ କମ୍ପାନୀ। ସେଥିପାଇଁ ତ ଆପଲ ଭଳି ବଡ଼ କମ୍ପାନୀ ମଧ୍ୟ ନୂଆ ନୂଆ ସ୍ମାର୍ଟୱାଚ୍ ତିଆରି କରୁଛି। ଯାହା ପାଇଁ ଏହାକୁ ଅନେକ ଗ୍ରାହକ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ମଧ୍ୟ Poco ପ୍ରଥମ ଥର ପାଇଁ ନିଜର ସ୍ମାର୍ଟୱାଚ୍ ଲଞ୍ଚ କରିବାକୁ ଯାଉଛି।

ପୋକୋ ୱାଚ୍ ଦମଦାର ଫିଚର୍ ସହ ମାର୍କେଟରେ ଲଞ୍ଚ ହେବ ବୋଲି ଜଣା ପଡ଼ିଛି। ଏହାର ଫିଚର୍ ବିଷୟରେ କହିବାକୁ ଗଲେ ଏହା 360×320 ପିକ୍ସେଲ ରେଜୋଲ୍ୟୁସନ ସହିତ ଆସିବ। ଏଥିରେ ନାଭିଗେସନ୍ ପାଇଁ ଏକ ବଟନ୍ ରହିବ। ପୋକୋ ୱାଚରେ ଏକ 225mAh ବ୍ୟାଟେରୀ ମିଳିପାରିବ। ଘଣ୍ଟାର ମୋଟ ଓଜନ ପ୍ରାୟ ୩୧ ଗ୍ରାମ ହେବ ।

ଏହାର ଫିଚର୍ ଲିକ୍ ହେବା ପରେ ଏହା ବିଷୟରେ ସବୁ ଜାଣିବାକୁ ମିଳିଛି। ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ପୋକୋ ଏହାର ପ୍ରଥମ ସ୍ମାର୍ଟୱାଚ୍ ପୋକୋ ୱାଚ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ପୋକୋ ୱାଚ୍ କମ୍ପାନୀର ପ୍ରଥମ ୱାଚ୍ ହେବ ବୋଲି କମ୍ପାନୀ କହିଛି।

ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସରେ ପୋକୋ ୱାଚ୍ ପ୍ରଥମେ ଲଞ୍ଚ ହେବ। କମ୍ପାନୀର ଫିଲିପାଇନ୍ସ ଟ୍ୱିଟର ହ୍ୟାଣ୍ଡେଲରୁ ପୋକୋ ୱାଚ୍ ସମ୍ବନ୍ଧୀୟ ଏକ ଟିଜର ରିଲିଜ୍ ହୋଇଛି । ପୋକୋ ୱାଚର କିଛି ଫିଚର୍ ଲଞ୍ଚ ମଧ୍ୟ ପୂର୍ବରୁ ଲିକ୍ ହୋଇଛି।

ଘଣ୍ଟା ବ୍ୟତୀତ ପୋକୋ ବୁଡ୍ସ ପ୍ରୋ ଆସିବାର ଖବର ମଧ୍ୟ ଅଛି। ପୋକୋ ୱାଚ୍ ଫିଚର୍ ବିଷୟରେ କହିବାକୁ ଗଲେ ଏହା 360×320 ପିକ୍ସେଲ ରେଜୋଲୁସନ ସହିତ ଆସିବ। ଏଥିରେ ନାଭିଗେସନ୍ ପାଇଁ ଏକ ବଟନ୍ ରହିବ । ପୋକୋ ୱାଚରେ ଏକ 225mAh ବ୍ୟାଟେରୀ ମିଳିପାରିବ। ପୋକୋ ୱାଚ୍ ର ଶୁଭାରମ୍ଭ ଏପ୍ରିଲ୍ ୨୮ ରେ ହୋଇପାରେ।

ଘଣ୍ଟା ଜଳ ପ୍ରତିରୋଧକ ପାଇଁ 5ATM ରେଟିଂ ପାଇବ। ବ୍ଲାକ୍, ବ୍ଲୁ ଏବଂ ଆଇଭୋରୀ ରଙ୍ଗରେ ପୋକୋ ୱାଚ୍ ଲଞ୍ଚ କରାଯାଇପାରିବ। ପୋକୋ ୱାଚ୍ ରେ ହେଲ୍ଥ ଫିଚର୍ ମଧ୍ୟ ରହିଛି। ଏଥିରେ ବ୍ଲଡ଼ ଅକ୍ସିଜେନ ଟ୍ରାକର, ହୃଦସ୍ପନ୍ଦନ ଟ୍ରାକର ଭଳି ଫିଚର ରହିଛି। ଏଥିରେ ଷ୍ଟେପ୍ କାଉଣ୍ଟର ମଧ୍ୟ ଉପଲବ୍ଧ ହେବ।

ବର୍ତ୍ତମାନ ପୋକୋ ବୁଡ୍ସ ପ୍ରୋ ଜେନସିନ୍ ଇମ୍ପାକ୍ଟ ସଂସ୍କରଣ ବିଷୟରେ କହିବାକୁ ଗଲେ ଏହାକୁ ଲାଲ ରଙ୍ଗରେ ଦିଆଯାଇପାରେ। କୁହାଯାଉଛି ଯେ ଏହି ବୁଡ୍ ସହିତ ବେତାର ଚାର୍ଜିଂ ସମର୍ଥିତ ହେବ। ରିପୋର୍ଟ ଅନୁଯାୟୀ, ପୋକୋ ଏହାର ବ୍ରାଣ୍ଡ ନାମ ସହିତ ରେଡମି ଏୟାରଡଟ୍ସ Pro ପ୍ରୋ ଜେନସିନ୍ ଇମ୍ପାକ୍ଟ ଏଡିସନ ଲଞ୍ଚ କରିବ। ତେବେ Poco ର ଏହି ଘଣ୍ଟାରେ ରହିଛି ଅନେକ ଭଲ ଫିଚର୍। ଅନ୍ୟ କମ୍ପାନୀ ଘଣ୍ଟା ପରି ମଧ୍ୟ ଏଥିରେ ସୁପର ଡିଜାଇନ୍ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.